www.samajalive.in
Saturday, December 6, 2025
14.1 C
Bhubaneswar

ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ହତ୍ୟା

ସୋରଡ଼ା: ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍‍ ବଡ଼ଗଡ଼ ଥାନା ଅନ୍ତର୍ଗତ ମେରିକୋଟ ପଞ୍ଚାୟତର ବାଣପୁର ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ୬୦ବର୍ଷିୟ ନିତ୍ୟାନନ୍ଦ ନାୟକଙ୍କୁ ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନିତ୍ୟାନନ୍ଦ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ନିତ୍ୟାନନ୍ଦ ନିଜ ଗ୍ରାମ ବାଣପୁର ସମେତ ମେରିକୋଟ ପଞ୍ଚାୟତରେ ଜଣେ ମେଳାପି ଓ ଭଦ୍ରବ୍ୟକ୍ତି ଭାବେ ବେଶ୍‍ ଜଣାଶୁଣା। ଗାଁ ସମସ୍ୟା,
ଜମିଜମା ସଂକ୍ରାନ୍ତ ମାମଲାରେ ମଧ୍ୟସ୍ଥତା ପାଇଁ ଗାଁରେ ତାଙ୍କୁ ଖୋଜା ପଡିଥାଏ। ଏହି ପଞ୍ଚାୟତ ଅନ୍ତର୍ଗତ ସାକିନିପଦର ଗ୍ରାମର ମଙ୍ଗୁଳୁ ପାତ୍ରଙ୍କ ସହିତ ଜମିବାଡ଼ି ମାମଲାକୁ ନେଇ ନିତ୍ୟାନନ୍ଦଙ୍କ ସହିତ ପୂର୍ବରୁ ବିବାଦ ଲାଗି ରହିଥିଲା। ଏପରିକି ଏକାଧିକ ଥର ମଙ୍ଗୁଳୁ ପାତ୍ର ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। ପୂର୍ବ ବିବାଦକୁ କେନ୍ଦ୍ର କରି କିଛି ଦିନ ତଳେ ମେରିକୋଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଉଭୟ ନିତ୍ୟାନନ୍ଦ ଓ ମଙ୍ଗୁଳୁଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ବୁଧବାର ନିତ୍ୟାନନ୍ଦ ନିଜ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ କେହି ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା। ନିତ୍ୟାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ବଡ଼ଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବାବେଳେ ଅଧାରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ଆସିକା ପଠାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି। ମୃତକଙ୍କ ପରିବାରର ଲିଖିତ ଅଭିଯୋଗ ଅନୁସାରେ ସାକିନିପଦର ଗ୍ରାମର ମଙ୍ଗୁଳୁ ପାତ୍ର, ଲକ୍ଷ୍ମୀପାତ୍ର ଓ ବୁଲୁ ପାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଏ ସଂକ୍ରାନ୍ତରେ କେଶ୍‍ ନଂ ୨୮୨/୧୮ରେ ଏକ ମାମଲା ରୁଜୁ ହୋଇଛି।
ପୂର୍ବ ଶତ୍ରୁତାରୁ…

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories