www.samajalive.in
Tuesday, December 9, 2025
16.1 C
Bhubaneswar

ପାରାଦୀପରେ ତାଇୱାନ ଟିମ୍

ପାରାଦୀପ: ପାରାଦୀପ ବନ୍ଦରରେ ତାଇୱାନର ଏକ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି। ସେଠାରେ ଗ୍ରୀନ ଫିଲ୍ଡ ପେଟ୍ରୋକେମିକାଲ୍ କ୍ରାକର ପ୍ରୋଜେକ୍ଟ ନିର୍ମାଣ ପାଇଁ ଏହି ଟିମ୍ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ଟିମ୍ର ଅଧିକାରୀମାନେ ଆଜି ପାରାଦୀପ ବନ୍ଦରର କର୍ତ୍ତୃପକ୍ଷ ଓ ତୈଳ ବିଶୋଧନାଗାରର କର୍ତ୍ତୃପକ୍ଷଙ୍କ ସହ ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିବା ସହ ଆନୁସଙ୍ଗିକ ସହାୟତା ସମ୍ପର୍କରେ ଆଲୋଚନା କରିବାକୁ ଆସିଛନ୍ତି। ପାରାଦୀପରେ ପଲିପ୍ରକଲିନ୍ ପ୍ରୋଜେକ୍ଟ ସ୍ଥାପନ ହେବା ପରେ ପିସିପିଆଇଆର୍ ପେଟ୍ରୋକେମିକାଲ୍ ପ୍ରୋଜେକ୍ଟ ନିର୍ମାଣ କରାଯିବ। ଏଥିରେ ୪୫ ହଜାର କୋଟି ଟଙ୍କା ବୈଦେଶିକ ମୁଦ୍ରା ପୁଞ୍ଜି ନିବେଶ କରାଯିବ। ତେବେ ଏହା ପୂର୍ବରୁ ଟିମ୍ର ଅଧିକାରୀମାନେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଟିମ୍ ର ଅଧକ୍ଷ ସୁଲ୍ ଚିନ୍ ଲିଙ୍କ ନେତୃତ୍ବରେ ଆସିଥିବା ଏଗାର ଜଣିଆ ପ୍ରତିନିଧି ମଣ୍ଡଳି ଏହାପରେ ତୈଳ ବିଶୋଧନାଗାର କର୍ତୃପକ୍ଷଙ୍କ ସହିତ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories