www.samajalive.in
Friday, December 12, 2025
14.1 C
Bhubaneswar

ପଦ୍ମଶ୍ରୀ ହଲଧର ନାଗଙ୍କୁ ମିଳିବ ଡକ୍ଟରେଟ

ବରଗଡ଼: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପଦ୍ମଶ୍ରୀ ହଲଧର ନାଗଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯିବ। ବିଶ୍ୱ ବିଦ୍ୟାଳୟର ଦୁଇ ସିନେଟ ସଦସ୍ୟ ତଥା ଅଭିମନ୍ୟୁ ସାହିତ୍ୟ ସଂସଦର ସଭାପତି ଅଶୋକ ପୂଜାହାରୀ, ସମ୍ପାଦକ ଅଧ୍ୟାପକ ସୁଶାନ୍ତ ମିଶ୍ର ଗତ ୮ତାରିଖ ଦିନ ସିନେଟ ସଭାରେ ପଦ୍ମଶ୍ରୀ ହଲଧର ନାଗଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ ସମେତ ୫ ଦଫାର ଦାବିପତ୍ର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ପ୍ରଦାନ କରିଥିଲେ। ଏ ସଂକ୍ରାନ୍ତରେ ଓଡ଼ିଶାର ରାଜ୍ୟପାଳଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା। ଏହାପରେ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସିଣ୍ଡିକେଟ ବୈଠକରେ କବିଙ୍କ ପ୍ରଚଣ୍ଡ ପ୍ରତିଭାକୁ ଆକଳନ କରି ତାଙ୍କୁ ଡକ୍ଟରେଟ୍‍ ଉପାଧି ପ୍ରଦାନ ପାଇଁ ଚୂଡ଼ାନ୍ତ ପ୍ରସ୍ତାବ ଗ୍ରହଣ କରାଯାଇଛି। ଆସନ୍ତା ୫ ତାରିଖ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଏହି ଉପାଧି ପ୍ରଦାନ କରାଯିବ। ଏହି ଖବର ଜଣାପଡ଼ିବା ପରେ ଭାଷା, ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଲିଯାଇଛି। ଉକ୍ତ ପ୍ରସ୍ତାବ ପାଇଁ ଦୁଇ ସିନେଟ ସଦସ୍ୟ ତଥା ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories