www.samajalive.in
Tuesday, December 9, 2025
17.1 C
Bhubaneswar

ମୁକ୍ତ ହେଲା ଇମ୍ଫା ହେଲିକପ୍ଟର

ଭୁବନେଶ୍ବର: ଶେଷରେ ଇମ୍ଫା ହେଲିକପ୍ଟରକୁ ପୁରୀ ପୁଲିସ ମୁକ୍ତ କରିଛି। କୋର୍ଟଙ୍କ ନିର୍ଦେଶ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ଏସଡ଼ିଜେଏମଙ୍କ ନିର୍ଦେଶ ପରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗର ଭିତରୁ ହେଲିକପ୍ଟର ସିଲ ଖୋଲାଯାଇଛି।
ଚିଲିକାରେ ସି ପ୍ଲେନ ଉଡ଼ାଣକୁ ନେଇ ପୁରୀ ପୁଲିସ ପୂର୍ବରୁ ଇମ୍ଫାର ୩ଟି ହେଲିକପ୍ଟର ସହ ଏହାର ହ୍ୟାଙ୍ଗର ମଧ୍ୟ ସିଲ କରିଥିଲା। ଏହା ବିରୋଧରେ ଇମ୍ଫା ଆଭିଏସନ କର୍ତ୍ତୃପକ୍ଷ ଏସଡ଼ିଜେଏମଙ୍କ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦେଶ ପରେ ବୁଦବାରି ପୁଲିସ ତୃତୀୟ ହେଲିକପ୍ଟରକୁ ଛାଡ଼ିଦେଇଛି।
ଏହା ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ କୋର୍ଟ ଆଦେଶ ପରେ ହେଲିକପ୍ଟରକୁ ମୁକ୍ତ କରାଯାଇଥିବାରୁ ସେ ଖୁସି। ହେଲେ ଦୁଃଖର ବିଷୟ ହେଉଛି ଓଡ଼ିଶା ସରକାର ଅନାବଶ୍ୟକ ଭାବେ ମିଛ ମାମଲାରେ ୩ମାସ ଧରି ସେମାନଙ୍କ ସମ୍ପତ୍ତି ନଷ୍ଟ କଲେ। ମୂଳରୁ ଏହି ମିଛ ଧରାପଡ଼ିଥିଲା। ଉଡ଼ାଣରେ ଆଇନ ଉଲ୍ଲଘଂନ ନେଇ ଅଭିଯୋଗ କରାଯିବା ସହିତ ବାରମ୍ବାର ଅଭିଯୋଗ ବଦଳା ଯାଇଥିଲା।
ଦୁଃଖର ବିଷୟ ହେଉଛି ଅନୁସନ୍ଧାନ ପରେ ଏବଂ ଡ଼ିଜିସିଏଙ୍କ କ୍ଲିନଚିଟ ସତ୍ତ୍ବେ କୋର୍ଟ ଆଦେଶ ନପାଇବା ପର୍ଯ୍ୟନ୍ତ ଆହୁରି ମା​‌େ​‌ସ ଧରି ହେଲିକପ୍ଟର ମୁକ୍ତ କରାଯାଇ ନଥିଲା। ଏହା କେବଳ ପ୍ରତିଶୋଧପରାୟଣତା ଛଡ଼ା ଅନ୍ୟ କିଛି ନୁହେଁ। ପୁଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ପରିବର୍ତ୍ତେ ରାଜ୍ୟରେ ବଳାତ୍କାର, ହତ୍ୟା ଭଳି ମାମଲା କିପରି କମିବ ସେଭଳି ବାଟରେ ବ୍ୟବହାର କରିବା ଉଚିତ ବୋଲି ସେ ମତ ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories