www.samajalive.in
Saturday, December 6, 2025
15.1 C
Bhubaneswar

ନୌକାବୁଡି ୧୩୬ମୃତ: ତଦନ୍ତ ନିର୍ଦେଶ ଦେଲେ ଟାନଜାନିଆନ ରାଷ୍ଟ୍ରପତି

ନାଇରୋବି: ଟାନଜାନିଆନ ରାଷ୍ଟ୍ରପତି ଜନ ମଙ୍ଗୁଫୁଲି ଶୁକ୍ରବାର ଭିକ୍ଟୋରିଆ ହ୍ରଦରେ ଘଟିଥିôବା ନୌକାବୁଡ଼ି ଘଟଣାରେ ଦୋଷୀଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ଅଦ୍ୟାବଧି ୧୩୬ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ଗୁରୁବାର ଭିକ୍ଟୋରିଆ ହ୍ରଦର ଏକ ବଡ଼ ନୌକା ବୁଡ଼ି ଘଟଣାରେ ୩୦୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ପ୍ରାଣ ହରାଇ ଥିବା ସନ୍ଦେହ କରାଯାଉଛି। ଏହି ଡଙ୍ଗାରେ ୧୦୧ଜଣ ଯାତ୍ରୀ ଓ ୨୫ଟନ ସାମଗ୍ରୀ ନେବାର କ୍ଷମତା ରହିଥିବାବେଳେ ଅବଶ୍ୟକ ତୁଳନାନରେ ଅଧିକ ସଂଖ୍ୟକ ଯାତ୍ରୀ ଏଥିରେ ଯାତ୍ରା କରୁଥିଲେ। ଏମଭି ନ୍ୟାୟେରି ନାମକ ଏହି ଡଙ୍ଗା ଗୁରୁବାର ଦିନ ୟୁକାରା ଆଇସଲ୍ୟାଣ୍ଡ ନିକଟରେ ବୁଡ଼ି ଯାଇଥିଲା। ଭିକ୍ଟୋରିଆ ହ୍ରଦର ଦକ୍ଷିଣପୂର୍ବ ଭାଗରେ ଥିବା ଉଗାଣ୍ଡା ଓ କେନିଆକୁ ସଂଯୋଗ କରୁଥବା ଏହି ଜଳପଥ ବିଶାଳ ହ୍ରଦ ସହ ମିଶିଛି। ୟୁକାରା ଡକରୁ ମାତ୍ର ୫୦ମିଟର ବ୍ୟବଧାନରେ ଉକ୍ତ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହି ସମୟରେ ଡଙ୍ଗାରେ ଯାତ୍ରୀଙ୍କ ସମେତ ସିମେଣ୍ଟ, କଦଳୀ, ମକ୍କା ବୋଝେଇ ହୋଇଥିଲା। ମୱାନା କ୍ଷେତ୍ରର ଗଭର୍ଣ୍ଣର ଜନ ମଙ୍ଗେଲା ଏ ସମ୍ପର୍କରେ ସୂଚନା ଦେଇ କେବଳ ୩୭ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି ବୋଲି ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବେଶ୍‍ ଗୁରୁତର ରହିଛି ବୋଲି ପ୍ରକାଶ କରିଛନ୍ତି। ଏହି ଡଙ୍ଗାରେ କୌଣସି ବିଦେଶୀ ଯାତ୍ରୀ ନଥିଲେ ବୋଲି ସ୍ଥାନୀୟ ପୁଲିସର ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।
୭୦ହଜାର ବର୍ଗ କିମି ବ୍ୟାପୀ ଏହି ହ୍ରଦ ଗମନାଗମନର ପ୍ରମୁଖ ମାଧ୍ୟମ ହୋଇଥିବାରୁ ଆବଶ୍ୟକ ତୁଳନାରେ ସୁରାକ୍ଷା ଜ୍ୟାକେଟର ଅଭାବ ଏତେ ସଂଖ୍ୟାରେ ଯାତ୍ରୀଙ୍କ ମୃତ୍ୟୁର କାରଣ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ୧୯୯୬ମେରେ ଏଭଳି ଏକ ମର୍ମନ୍ତୁଦ ନୌକାବୁଡ଼ି ଦୁର୍ଘଟଣାରେ ପୂର୍ବରୁ ୮୦୦ଯାତ୍ରୀ ପ୍ରାଣ ହରାଇଥିଲେ। ଗମନାଗମନ ପାଇଁ ବ୍ୟବହୃତ ଡଙ୍ଗାଗୁଡ଼ିକର ମରାମତି ନହେବା ଓ ଆବଶ୍ୟକଠାରୁ ଅଧିକ ସଂଖ୍ୟାରେ ସାମଗ୍ରୀ ଓ ଯାତ୍ରୀ ପରିବହନ ଏଭଳି ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ପ୍ରକାଶ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories