ନୂଆ ଏସସି-ଏସଟି ଆକ୍ଟକୁ ବଳବତ୍ତର କଲେ ୩ରାଜ୍ୟ

0

ନୂଆଦିଲ୍ଲୀ: ଏସସି ଏସଟି ଆକ୍ଟରେ ପରିବର୍ତ୍ତନ ଆଣିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶକୁ ନେଇ ବିବାଦ ଲାଗି ରହିଥିବାବେଳେ କେତେକ ରାଜ୍ୟରେ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଜାରି କରାଯାଇଛି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରି ରାଜ୍ୟରେ ଏହି ନୂଆ ଆଇନକୁ କାର୍ଯ୍ୟକାରୀ କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ହିମାଚଳପ୍ରଦେଶ ମଧ୍ୟ ଖୁବ୍‌ ଶୀଘ୍ର ଏହି ଆଇନକୁ କାର୍ଯ୍ୟକାରୀ କରିବ ବୋଲି ସୂଚନା ମିଳିଛି। ତେବେ ଲାଗୁ କରିଥିବା ଉପରୋକ୍ତ ରାଜ୍ୟଗୁଡ଼ିକ ବିଜେପି ଶାସିତ ରାଜ୍ୟ ହୋଇ ଥିବାରୁ ଏହାକୁ ନେଇ ଆଗାମୀ ଦିନରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Leave A Reply