ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ବର:  ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ। ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାରଙ୍କୁ କଂଗ୍ରେସ ନୂଆ ପ୍ରାର୍ଥୀ କରିଛି। ସାକା ସୁଜିତ କୁମାର ଦିଗପହଣ୍ଡି ବିଧାନସଭା ଆସନ ପାଇଁ ନୂଆ କଂଗ୍ରେସ ପ୍ରାର୍ଥୀ ବୋଲି ଟୁଇଟ୍ କରି ଓଡିଶା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲାର ଦିଗପହଣ୍ଡି ଆସନ ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ । ବିଜେଡି ଏଠାରୁ ପୂର୍ବତନ ବାଚସ୍ପତି ସୂର୍ଯ୍ୟର୍ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ସେହିପରି  ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ଲୋକପ୍ରିୟ ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡିରେ ପ୍ରତିଦ୍ବନ୍ଦ୍ବୀତା ପାଇଁ ଟିକେଟ୍ ଦେଇଛି । ତେବେ ଏହି ଦୁଇ ନେତାଙ୍କୁ ହରାଇବାକୁ ଏବେ କଂଗ୍ରେସ ମୈଦାନକୁ ଓହ୍ଲାଇଛି ସାକା ସୁଜିତ୍ କୁମାରଙ୍କୁ

 

Comments are closed.