www.samajalive.in
Saturday, December 6, 2025
23.1 C
Bhubaneswar

ଦାଗୀ ନେତାଙ୍କୁ ଆଜୀବନ ବାସନ୍ଦ କରିପାରନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନେତାଙ୍କୁ ନିର୍ବାଚନରୁ ଆଜୀବନ ବାସନ୍ଦ କରିବାକୁ ସୁପ୍ରିମକୋର୍ଟ ବିଚାର କରୁଛନ୍ତି। ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଆସିଥିବା ମୂଳ ଆବେଦନକୁ ପୁଣି ଥରେ ବିଚାରକୁ ନେବା ପାଇଁ ସୁପ୍ରିମକୋର୍ଟ ଆଗ୍ରହ ପ୍ରକାଶ କରିଛନ୍ତି।
ବରିଷ୍ଠ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଆଗତ ମାମଲା ବିଚାର କରି ସୁପ୍ରିମକୋର୍ଟ ନେତାଙ୍କ ଅପରାଧିକ ମାମଲାର ଶୀଘ୍ର ଶୁଣାଣି ପାଇଁ ୧୨ଟି ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‍ କୋର୍ଟ ସ୍ଥାପନା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାର ଅନୁଧ୍ୟାନ ଲାଗି ବରିଷ୍ଠ ଓକିଲ ବିଜୟ ହଂସାରିରଆଙ୍କୁ ଆମିକସ୍‍ କ୍ୟୁରି ନିଯୁକ୍ତ କରିଥିଲେ।
ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବିଚାରପତି କେ ଏମ ଜୋସେଫ୍‍ ଓ ବିଚାରପତି ଉଦୟ ୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଦିନ ହଠାତ୍‍ ଶ୍ରୀ ଉପାଧ୍ୟାୟଙ୍କୁ ତାଙ୍କ ମୂଳ ଆବେଦନରେ କଣ ରହିଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶ୍ରୀ ଉପାଧ୍ୟାୟ କହିଥିଲେ ଯେ ଜନପ୍ରତିନିଧି ଆଇନରେ ରହିଥିବା ଧାରା ୮କୁ ଅସାମ୍ବିଧାନିକ ଘୋଷଣା କରିବାକୁ ସେ ଆବେଦନ କରିଥିଲେ। ଧାରା ୮ରେ ଦାଗୀ ନେତାଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରୁ ବାଦ୍‍ ଦେବାକୁ ଓ ବର୍ଷେ କିମ୍ବା ଦୁଇ ବର୍ଷ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଯଦି ସରକାରୀ କର୍ମଚାରୀ କିମ୍ବା ଅଧିକାରୀମାନେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉଛି ସେହି ସମାନ ବ୍ୟବସ୍ଥା ନେତାଙ୍କ ପ୍ରତି କାହିଁକି ଲାଗୁ କରାଯିବ ନାହିଁ ବୋଲି ଶ୍ରୀ ଉପାଧ୍ୟାୟ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ।
ଅପରପକ୍ଷରେ ଆମିକସ୍‍ କ୍ୟୁରି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ୨୦୦୭ ରୁ ରାଜନୈତିକ ନେତାଙ୍କ ନାମରେ ପ୍ରାୟ ୩୦୦୦ ରୁ ଊଦ୍ଧ୍ୱର୍ ମାମଲା ପଡ଼ିରହିଛି। ସେସବୁର ବିଚାର ପାଇଁ ଅତିକମ୍‍ରେ ୧୨ଟି ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‍ କୋର୍ଟ ଆବଶ୍ୟକ। ଆସନ୍ତା ଡିସେମ୍ବର ୪ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories