www.samajalive.in
Sunday, December 7, 2025
13.1 C
Bhubaneswar

ଡେବ୍ରିଗଡ଼ ଅଭୟାରଣ୍ୟକୁ ମାଓବାଦୀଙ୍କ ବିରୋଧ: ବାଣ୍ଟିଲେ ପ୍ରଚାରପତ୍ର

ବରଗଡ଼/ଅମ୍ବାଭୋନା: ଦୀର୍ଘ ଦିନର ନୀରବତା ପରେ ବରଗଡ ଜିଲା ଅମ୍ବାଭୋନା ବ୍ଲକ ଅଧୀନ ବାରପାହାଡ, ଜଙ୍ଗଲ ପରିବେଷ୍ଠିତ ମୁଣ୍ଡାବାହାଲ, ଡେବ୍ରିଗଡ, ଝଗଡା ବେହେରା, ଅଲେଖପୁର ଆଦି ଗ୍ରାମମାନଙ୍କରେ ପୁଣି ଥରେ ମାଓବାଦୀଙ୍କ ଉପସ୍ଥିତି ସୂଚନା ମିଳିଛି। ସିପିଆଇ ମାଓବାଦୀ ମହାସମୁଦ ଏରିଆ କମିଟି ତରଫରୁ ସଚିବ ଦିନେଶଙ୍କ ନାମ ଉଲ୍ଲେଖ ହୋଇ ଏକ ପ୍ରେସ୍‍ ରିଲିଜ୍‍ ସମ୍ମିଳିତ ପ୍ରଚାରପତ୍ର ବିଭିନ୍ନ ଗ୍ରାମମାନଙ୍କରେ ବଣ୍ଟାଯାଇଥିବା ଜଣାପଡିଛି। ସେଥିରେ ବାରପାହାଡ ଡେବ୍ରୀଗଡ ଅଭୟାରଣ୍ୟକୁ ବିରୋଧ, ବନ୍ୟଜନ୍ତୁ ସଂରକ୍ଷଣ ନାମରେ ଲୋକଙ୍କୁ ଜନ୍ମମାଟିରୁ ବିସ୍ଥାପନ କରିବା ବିରୋଧରେ ସଂଘର୍ଷ ଜାରି ରଖିବାକୁ ଆହ୍ୱାନ ଦିଆଯାଇଛି। ଏହା ସହ ଜଙ୍ଗଲ-ଜଳ-ଜମି ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଲଢେଇ ଜାରି ରଖିବାକୁ ଆହ୍ୱାନ ଦିଆଯାଇଛି।
ପୂର୍ବରୁ ମାଓବାଦୀଙ୍କ ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ଡିଭିଜନ ପକ୍ଷରୁ ଏ ପ୍ରକାର ବ୍ୟାନର ଓ ଲିଫ୍‍ଲେଟ ବଣ୍ଟାଯାଉଥିଲା। ତେବେ ପ୍ରଥମ ଥର ପାଇଁ ଏହି ପ୍ରତିବନ୍ଧିତ ସଙ୍ଗଠନ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଥିବା ଜଣାଯାଏ। ଏହି ପ୍ରେସ ରିଲିଜରେ ସେମାନେ ନିର୍ଦିଷ୍ଟ ରୂପେ ବରଗଡ଼ ଜିଲାର ବାରପାହାଡ଼ ଅଞ୍ଚଳରୁ ଜନବସତି ହଟାଇବା ପ୍ରସଙ୍ଗକୁ କେନ୍ଦ୍ର କରି ସେମାନଙ୍କ ଅଭିମତ ପ୍ରଦାନ କରିଛନ୍ତି। ହିନ୍ଦୀରେ ଲେଖାଯାଇଥିବା ଏହି ପ୍ରେସ ରିଲିଜରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ନବୀନ ସରକାର ବାରପାହାଡ଼ ଅଭୟାରଣ୍ୟରୁ ଲୋକଙ୍କୁ ହଟାଇବାର ଉଦ୍ୟମ କରୁଛନ୍ତି। ଏହି ଗାଁ ଗୁଡ଼ିକରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟାନ୍ୟ ସରକାରୀ ସୁବିଧା ବନ୍ଦ କରି ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ବାରପାହାଡ଼ର ଡେବ୍ରିଗଡ଼ର ଉଚ୍ଛେଦ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଝଗଡ଼ା ବେହେରା ଓ ତୃତୀୟ ପର୍ଯ୍ୟାୟରେ ଦେଚୁଆଁ, ମୁଡ଼କଟି ଏବଂ ଚତୁର୍ଥ ପର୍ଯ୍ୟାୟରେ କରଲା, ବିଛୁଆଁ, ଖଲିଆଢ଼ିପା, ସନ୍ତ୍ରା, ଜୁନାନୀ ଏବଂ ପଞ୍ଚମ ପର୍ଯ୍ୟାୟରେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ଲଖନପୁର, ଉତ୍ତମ ପଞ୍ଚାୟତର ଗାଁ ଗୁଡ଼ିକୁ ଉଚ୍ଛେଦ କରିବାର ଯୋଜନା ରହିଛି। ଏଣୁ ସ୍ଥାନୀୟ ଲୋକେ ସଙ୍ଗଠିତ ହୋଇ ଜଳ, ଜମି ଓ ଜଙ୍ଗଲ ଉପରେ ରହିଥିବା ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ସହ ସରକାରୀ ଷଡ଼ଯନ୍ତ୍ରକୁ ବିଫଳ କରିବାକୁ ମାଓ ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ବାରପାହାଡ଼ ସନ୍ନିକଟସ୍ଥ ହୀରାକୁଦ ବନ୍ଧରେ ସହସ୍ରାଧିକ ଗାଁ ଓ ଲକ୍ଷାଧିକ ବ୍ୟକ୍ତି ସେମାନଙ୍କ ବାସସ୍ଥାନ ହରାଇଛନ୍ତି। ବରଗଡ଼ରେ ସିମେଣ୍ଟ କାରଖାନା ସ୍ଥାପନ ପାଇଁ ଡୁଙ୍ଗୁରୀ ଅଞ୍ଚଳରୁ ଲୋକଙ୍କୁ ହଟାଯାଇଛି। ସେମାନେ ଏ ପର୍ଯ୍ୟନ୍ତ ଉପଯୁକ୍ତ କ୍ଷତିପୂରଣ କିମ୍ବା ଚାକିରି ପାଇନାହାନ୍ତି। ଚୂନପଥର ଖନନ ପାଇଁ ଉଚ୍ଚମାନର ବିସ୍ଫୋରଣ କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଘରଦ୍ୱାରରେ ଫାଟ ଦେଖାଗଲାଣି। ଧ୍ୱନୀ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ସହ ମୃତ୍ତିକା ପ୍ରଦୂଷଣ ବୃଦ୍ଧି ପାଇଛି। ଅତୀତରେ କାରଖାନା କର୍ତ୍ତୃପକ୍ଷ ଶିକ୍ଷା ସ୍ୱାସ୍ଥ୍ୟ, ୨୪ ଘଣ୍ଟିଆ ବିଜୁଳି ଯୋଗାଣ ଆଦି ଯେଉଁ ସୁବିଧା ଦେବାର ଘୋଷଣା କରିଥିଲେ ସେ ସବୁ ପ୍ରତିଶ୍ରୁତି ହୋଇ ରହିଯାଇଛି। ଏଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୌଣସି ପ୍ରକାର ପ୍ରଲୋଭନରେ ନ ପଡ଼ି ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ସେମାନେ ଆହ୍ୱାନ ଦେଇଛନ୍ତି। ଏହି ଲଢ଼େ଼ଇରେ ମାଓବାଦୀ ସଂଗଠନ ସକ୍ରିୟ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମାତ୍ର ତିନି ମାସ ପୂର୍ବେ ବରଗଡ଼ ଜିଲାର ଘେଁସ-ଝଏର ରାସ୍ତାର କଲୋନିପଡ଼ା ଛକ, କୁଡ଼ାପାଲି ଛକ ଏବଂ କେର୍ମେଲି ଛକରେ ପ୍ରଚୁର ପରିମାଣର ମାଓ ଲିଫଲେଟ ପଡ଼ିଥିଲା। ଏଥିରେ ୨୮ ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ୍‍ ସପ୍ତାହ ପାଳନକୁ ସମର୍ଥନ ଜଣାଇବାକୁ ଆହ୍ୱାନ ଦିଆଥିଲା। ଆଜି ଅମ୍ବାଭନା ବ୍ଳକର ବିଭିନ୍ନ ସ୍ଥାନରେ ପ୍ରଚାରପତ୍ର ମିଳିବା ପରେବରଗଡବାସୀଙ୍କ ନିଦ ହଜିଯାଇଛି। ମାଓ ସଙ୍ଗଠନ ବରଗଡ଼ ଜିଲାର ଅମ୍ବାଭୋନା ଅଞ୍ଚଳରେ ସକ୍ରିୟ ହୋଇସାରିଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories