www.samajalive.in
Wednesday, December 10, 2025
14.1 C
Bhubaneswar

ଟଙ୍କା ସଙ୍କଟ:ଏନ୍‍ଆରଆଇଙ୍କ ସହାୟତା ନେବେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଜନିତ ସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରବାସୀ ଭାରତୀୟଙ୍କ ସହାୟତା ଲୋଡ଼ିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଦେଶରେ ବୈଦେଶିକ ମୁଦ୍ରା ସଙ୍କଟକୁ ସାମୟିକ କହି ଟାଳି ଆସୁଥିବା କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଏହାକୁ ପରୋକ୍ଷ ସ୍ୱୀକାର କରିଛନ୍ତି।
ସୂଚନାଯୋଗ୍ୟ, ଗୋଟିଏ ପକ୍ଷରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଅପରପକ୍ଷରେ ଅଶୋଧିତ ତୈଳ ଦର ବୃଦ୍ଧିର ଗୁରୁତର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଦେଶର ଚାଲୁ ଖାତା ନିଅଣ୍ଟ ପରିମାଣ ଉଦ୍‍ବେଗଜନକ ଭାବେ ୫ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଛି। ଏହାର ପ୍ରଭାବରେ ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ କେତେକ ଆନ୍ତର୍ଜାତିକ କାରକ ଉପରେ ନିର୍ଭର କରୁଥିଲେ ହେଁ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରି ଏଥିରେ କେତେକାଂଶରେ ସୁଧାର ଆଣିପାରିବେ। ଅତୀତରେ ମଧ୍ୟ ଏହାର ନଜିର ରହିଛି। ତେଣୁ ଇତିମଧ୍ୟରେ ଆରବିଆଇ ଡଲାର ବିକ୍ରି ଆରମ୍ଭ କରିଥିବା ଜଣାପଡ଼ିଛି। ଗତ ଏପ୍ରିଲ୍‍ ମାସରେ ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୪୨୬ ବିଲିୟନ ଡଲାର ଥିବାବେଳେ ଏବେ ତାହା ୪୦୦ ବିଲିୟନ୍‍ ଡଲାରକୁ ହ୍ରାସ ପାଇଛି। କିନ୍ତୁ ଟଙ୍କା ମୂଲ୍ୟରେ ସୁଧାର ପାଇଁ ଅନେକ ଦିନ ପର୍ଯ୍ୟନ୍ତ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ନିର୍ଭର କରାଯାଇପାରିବ ନାହିଁ। ତେଣୁ କେନ୍ଦ୍ର ସରକାର କେତେକ ରିହାତି ଯୋଜନା ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କଠାରୁ ଅର୍ଥାଗମର ଯୋଜନା କରିଛନ୍ତି। ୨୦୧୩ରେ ସୃଷ୍ଟ ମୁଦ୍ରା ସଙ୍କଟ ବେଳେ ଅନୁରୂପ ପଦକ୍ଷେପ ଫଳପ୍ରଦ ହୋଇଥିବାରୁ ପୁଣି ଥରେ ସେହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories