www.samajalive.in
Wednesday, December 10, 2025
14.1 C
Bhubaneswar

୬ ସୁଟିଂ ପ୍ରଶିକ୍ଷକ ବହିଷ୍କୃତ

ନୂଆଦିଲ୍ଲୀ : ଭାରତୀୟ ସୁଟିଂ (ବନ୍ଧୁକଚାଳନା) ଦଳ ଅନ୍ତର୍ଜାତୀୟ ସ୍ତରରେ ବେଶ୍‍ ସୁନାମ ଅର୍ଜନ କରୁଥିବା ବେଳେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ୬ଜଣ ପ୍ରଶିକ୍ଷକଙ୍କୁ ବହିଷ୍କୃତ କରିଥିବା ଜଣାପଡ଼ିଛି। ଏହି ୬ ପ୍ରଶିକ୍ଷକଙ୍କ ଚୁକ୍ତି ସମୟ ଶେଷ ହୋଇଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟକାଳ ବଢ଼ାଯିବ ନାହିଁ ବୋଲି ସାଇ ତରଫରୁ ସୂଚନା ମିଳିଛି। ଏହି ୬ଜଣ ପ୍ରଶିକ୍ଷକ ହେଲେ ଅମରଜଙ୍ଗ ସିଂହ, ବେଦ ପ୍ରକାଶ, ଶ୍ରେୟାନ କାପୁର, ଜିତେନ୍ଦ୍ର ବେନିୱାଲ୍‍, ଏନ୍‍ କ୍ରିଷ୍ଣା ଓ ବିସବା ଦେବ ସିଂହ ସାନ୍ଧୁ।
ଏହାକୁ ନେଇ ସାଇ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ଭାରତୀୟ ରାଇଫଲ୍‍ ଆସୋସିଏସନ୍‍ ସଭାପତି ରନିନ୍ଦର ସିଂହ। ସୁଟିଂ ବିଭାଗରେ ଭାରତକୁ ଆଶାତୀତ ସଫଳତା ମିଳୁଥିବା ବେଳେ ପ୍ରଶିକ୍ଷକଙ୍କୁ ହଠାତ୍‍ ବହିଷ୍କାର କରାଯିବା ଅନୁଚିତ୍‍ ବୋଲି ରନିନ୍ଦର କହିଛନ୍ତି। ସାଇର ଏପରି ନିଷ୍ପତ୍ତି ଅଲିମ୍ପିକ୍‍ସ ନିମନ୍ତେ ପ୍ରସ୍ତୁତି ଉପରେ କୁପ୍ରଭାବ ପକାଇବ ବୋଲି ସେ ମତ ଦେଇଛନ୍ତି। ଏ ସଂପର୍କରେ ଗଣମାଧ୍ୟମ ତରଫରୁ ସାଇର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଥାଉକି ଗତ ଅଗଷ୍ଟ ମାସରେ ଭାରତୀୟ ରାଇଫଲ ଆସୋସିଏସନ୍‍ ତରଫରୁ ୨୨ଜଣ ପ୍ରଶିକ୍ଷକଙ୍କ ଚୁକ୍ତି ବୃଦ୍ଧି କରିବାକୁ ସାଇକୁ ପ୍ରସ୍ତାବ ଦିଆଯାଇଥିଲା। ସେତେବେଳେ ସାଇ ତରଫରୁ ମଧ୍ୟ କୌଣସି ପ୍ରଶିକ୍ଷକଙ୍କୁ ବହିଷ୍କାର କରାଯିବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା। ଏହାସତ୍ତ୍ବେ ସାଇ ଅଧିକାରୀ ୬ଜଣ ପ୍ରଶିକ୍ଷକଙ୍କୁ ବହିଷ୍କାର କରିବା ଅନେକଙ୍କୁ ଚକିତ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories