www.samajalive.in
Wednesday, December 10, 2025
14.1 C
Bhubaneswar

ଅବସାଦ ରୋଗରେ ପୀଡ଼ିତ ଲାଲୁ

ରାଞ୍ଚି: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମାନସିକ ଅବସାଦ ରୋଗରେ ପୀଡ଼ିତ ଅଛନ୍ତି। ରାଜେନ୍ଦ୍ର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍ସର ଡାକ୍ତର ଆର କେ ଶ୍ରୀବାସ୍ତବ ସୋମବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଲାଲୁ ଚିକିତ୍ସିତ ହେଉଥିବା ଏମ୍ସର ଡିସ୍‍ଚାର୍ଜ ରିପୋର୍ଟରେ ମଧ୍ୟ ଏହି ରୋଗ ବିଷୟରେ ଉଲ୍ଲେଖ ଥିଲା। ତାଙ୍କୁ ଜଣେ ମନସ୍ତତ୍ତ୍ୱବିତ୍‍ଙ୍କ ଚିକିତ୍ସା ଓ ପରାମର୍ଶ ଆବଶ୍ୟକ ବୋଲି ଡାକ୍ତର ଶ୍ରୀବାସ୍ତବ କହିଛନ୍ତି। ଅସୁସ୍ଥତା କାରଣରୁ ଜେଲ୍‍ର ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରିବା ପାଇଁ ଲାଲୁ ଆବେଦନ କରିଛନ୍ତି। ଏଥିପାଇଁ ସେ ଦୈନିକ ୧୦୦୦ ଟଙ୍କା ଲେଖାଏଁ ଦେବେ। ଗୋ ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ରେ ଥିବା ଲାଲୁ ଉଭୟ ରାଜନୀତି ଓ ପରିବାର ସମସ୍ୟାକୁ ନେଇ ସବୁବେଳେ ଚିନ୍ତାରେ ରହୁଛନ୍ତି। ଆରଜେଡିର ରାଜନୈତିକ ଉତ୍ତରାଧିକାରୀ ପାଇଁ ଲାଲୁଙ୍କ ଦୁଇ ପୁଅ ତେଜ ପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories