bjd gruha runa banner

ଜାଣନ୍ତୁ, ଆଖି ଖରାପ ହେବାର କାରଣ ଓ ପ୍ରତିକାର

BSKY banner  750×100
0

ଆଖି ଖରାପ ହେବା ଏକ ସାଧାରଣତଃ ସମସ୍ୟା ହୋଇ ଯାଇଛି। କେତେକ ପିଲା କମ ବୟସରୁ ଚଷମା ପିନ୍ଧୁଥିବାର ଆମେ ଦେଖିଥାଉ। ବେଳେବେଳେ ଆଖିର ଠିକ ଭାବେ ଯତ୍ନ ନ ଦେବା ଦ୍ୱାରା ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କମ ଆଲୋକରେ ପାଠ ପଢିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡିଥାଏ। ଛୋଟ ଛୁଆଙ୍କର ଆଖି ପ୍ରତ୍ୟେକ ବର୍ଷରେ ଥରେ ପରୀକ୍ଷା କରିବା ଉଚିତ।ଆଖିକୁ ଠିକ ରଖିବାର କେତୋଟି ଉପାୟ:
ଆଖିକୁ ପ୍ରତ୍ୟେକ ଦିନ ସକାଳୁ ଉଠି ଥଣ୍ଡା ପାଣିରେ ଧୁଅନ୍ତୁ।
ଆଖିକୁ ଧୂଆଁ ଓ ପ୍ରଦୂଷଣରୁ ମୁକ୍ତ ରଖନ୍ତୁ।
ଅପରିଷ୍କାର ହାତ ଆଖିରେ ମାରନ୍ତୁ ନାହିଁ।ସର୍ବଦା ରୁମାଲ ବ୍ୟବହାର କରନ୍ତୁ।
ସର୍ବଦା ଶୋଇବା ସମୟରେ ମୁହଁ ଧୋଇ ଶୁଅନ୍ତୁ। ଏପରି କରିବା ଦ୍ୱାରା ଆଖି ମଧ୍ୟକୁ ଯାଇଥିବା ଧୂଳି ବାହରିଥାଏ।
ଦିନ ବେଳା ଆଖିକୁ ମଝିରେ ମଝିରେ ଧୋଇ ୧୫ମିନିଟ ପର୍ଯ୍ୟନ୍ତ ବନ୍ଦ କରି ରଖନ୍ତୁ।ଏହି ଖାଦ୍ୟ ଖାଆନ୍ତୁ:
ଦୃଷ୍ଟି ବଢାଇବା ପାଇଁ ଗାଜର, ଶାଗ ଇତ୍ୟାଦି ଖାଆନ୍ତୁ। ଛୋଟ ଛୁଆଙ୍କ ପାଇଁ ଗାଜରର ହାଲୁଆ ପ୍ରସ୍ତୁତ କରି ଖୁଆନ୍ତୁ। ଏହା କରିବା ଦ୍ୱାରା ପିଲାଙ୍କ ଦୃଷ୍ଟିଶକ୍ତି ବଢିବା ସହ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ।

Leave A Reply