www.samajalive.in
Wednesday, December 10, 2025
26.1 C
Bhubaneswar

ଦିଲ୍ଲୀ ରାସ୍ତାକୁ ଓହ୍ଲାଇଲେ କୃଷକ ଓ ଶ୍ରମିକ

ନୂଆଦିଲ୍ଲୀ: ମହଙ୍ଗା, ସର୍ବନିମ୍ନ ଭତ୍ତା ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କୃଷକମାନେ ବୁଧବାର ଦିଲ୍ଲୀ ରାଜପଥରେ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। କୃଷକମାନଙ୍କର ଏକ ଶୋଭାଯାତ୍ରା ରାମଲୀଳା ମଇଦାନରୁ ଆରମ୍ଭ ହୋଇ ସଂସଦ ମାର୍ଗରେ ପହଞ୍ôଚ ଥିଲା। ସମଗ୍ର ଦେଶରୁ କୃଷକମାନେ ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଏପରିକି ବନ୍ୟା ପ୍ରଭାବିତ କେରଳରୁ ମଧ୍ୟ କୃଷକ ଏହି ଆନ୍ଦୋଳନରେ ଯୋଗ ଦେଇଥିବା ଦୃଶ୍ୟମାନ ହୋଇଛି।
କୃଷକଙ୍କ ଏଭଳି ଆନ୍ଦୋଳନ ପାଇଁ ଦିଲ୍ଲୀର ଏକାଧିକ ରାସ୍ତାରେ ବ୍ୟାପକ ଟ୍ରାଫିକ ସମସ୍ୟା ଦେଖା ଦେଇଛି। କେନ୍ଦ୍ର ସରକାର କୃଷକଙ୍କ ପାଇଁ ଘୋଷଣା କରିଥିବା ନୀତିରେ ପରିବର୍ତ୍ତନ ଦାବି କରିଛନ୍ତି ଆନ୍ଦୋଳନରତ କୃଷକ। ଏପରିକି ସରକାର କୃଷକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୃଷକମାନେ ଚେତାବନୀ ଦେଇଛନ୍ତି । ଏପରିକି ୨୮, ୨୯ ଓ ୩୦ନଭେମ୍ବରରେ ଦେଶର ବିଭିନ୍ନ କୋଣରୁ ୨୦୧ଟି କୃଷକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଅଲ ଇଣ୍ଡିଆ କୃଷକ ମହାସଭା ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ବାମପନ୍ଥୀ ସଂଗଠନ ଅଖିଳ ଭାରତୀୟ କୃଷକ ମହାସଭା ଓ ସିଟୁର ଲକ୍ଷଲକ୍ଷ ସମର୍ଥକ ରାମଲୀଳା ମଇଦାନରେ ଏକତ୍ରିତ ହେଉଛନ୍ତି।
ଦେଶରେ ନିତିଦିନ ବଢୁଥିବା ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରିବା, ଖାଦ୍ୟ ପଦାର୍ଥ ବିତରଣ ପ୍ରକ୍ରିୟାକୁ ସୁନିୟନ୍ତ୍ରିତ କରିବା, ବର୍ତ୍ତମାନର ପିଢିଙ୍କୁ ଉଚିତ ରୋଜଗାର ଓ ସମସ୍ତ ଶ୍ରମିକଙ୍କୁ ମାସିକ ସର୍ବନିମ୍ନ ୧୮ହଜାର ଟଙ୍କା ମଜୁରୀ ପ୍ରଦାନ ପାଇଁ ଶ୍ରମିକ ସଂଗଠନ ଦାବି କରିଛନ୍ତି। ଏହି ଆନ୍ଦୋଳନରେ ଏକାଧିକ ନେତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories