କଟକ: ବୁଧବାର ଅପରାହ୍ଣ ୫ଟାରେ ‘ସମାଜ’ କାର୍ଯ୍ୟାଳୟ ଗୋପବନ୍ଧୁ ଭବନରେ ଗୁରୁଦିବସ ପାଳନ ସହ ରାଜ୍ୟର ୧୫ଜଣ କୃତୀ ଶିକ୍ଷକ ‘ଗୁରୁ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ। ଲୋକସେବକ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ଅଧ୍ୟକ୍ଷତା କରିବେ ତଥା ଏଏସ୍ବିଏମ୍ର ପ୍ରତିଷ୍ଠାତା – ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ମୁଖ୍ୟଅତିଥି ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର କିଶୋର କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଅନୁଷ୍ଠାନ ପକ୍ଷରୁ ଏଥିରେ ଯୋଗ ଦେବାକୁ ନିବେଦନ କରାଯାଇଛି।
Popular Categories



