ଜନ୍ମ ତାରିଖରୁ ଜାଣନ୍ତୁ ଘରେ କ’ଣ ରଖିଲେ ଶୁଭ ଫଳ ମିଳିବ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ବିଭିନ୍ନ ବସ୍ତୁର ପ୍ରଭାବ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ବସ୍ତୁ ନିଜ ବାସ ଗୃହରେ ରଖିଲେ ଏହାର ସୁଫଳ ମିଳିଥାଏ। ନିଜ ଜନ୍ମ ତାରିଖ ଅନୁସାରେ ବି ବାସ୍ତୁ ଦ୍ରବ୍ୟ ରହିଛି। ତେବେ କିପିର ଜାଣିବେ କେଉଁ ଜିନିଷ ରଖିବେ। ବାସ୍ତୁ ଶାସ୍ତ୍ର ଅନୁସାରେ ଦିଗର ସମ୍ବନ୍ଧ ଗ୍ରହମାନଙ୍କ ସହ ରହିଥାଏ। ଜନ୍ମ ତାରିଖ ଅନୁସାରେ ଘରେ କେଉଁ ଜିନିଷ ରଖିଲେ ସୁପ୍ରଭାବ ଜୀବନ ଉପରେ ପଡେ ସେ ବିଷୟରେ ସହଜରେ ଜାଣି ହେବ। ତେବ ଆସନ୍ତୁ ଜାଣିବା, ବାସ୍ତୁଶାସ୍ତ୍ର ଓ ଆପଣଙ୍କ ଜନ୍ମ ତାରିଖ ଅନୁସାରେ କେଉଁ ବସ୍ତୁକୁ ଘରେ ରଖିବେ। ଏଥିପାଇଁ ଏକ ସାଧାରଣ ଗଣିତ କରିବାକୁ ପଡିବ। ଏହା ଅତି ସହଜ। ଆପଣ ନିଜର ଜନ୍ମ ତାରିଖର ଏକକ ସଂଖ୍ୟା ସଂଖ୍ୟା ବାହାର କରିବାକୁ ପଡିବ। ୧ ତାରିଖରୁ ୯ ତାରିଖ ହେଲେ କିଛି ଅସୁବିଧା ନାହିଁ । ଯଦି ଆପଣଙ୍କ ଜନ୍ମ ତାରିଖ ୧୨ ତାହେଲେ ଆପଣଙ୍କ ମୂଲ୍ୟାଙ୍କନ ୧+୨=୩, ଯଦି ଆପଣଙ୍କ ଜନ୍ମ ତାରିଖ ୨୯ ତେବେ ଆପଣଙ୍କ ମୂଲ୍ୟାଙ୍କନ ୨+୯=୧୧, ତାପରେ ତାକୁ ଏକକ ସଂଖ୍ୟା ବିଶିଷ୍ଟ କରିବା ପାଇଁ ୧+୧=୨ ଏପରି କରିବାକୁ ହେବ।


୧ ସଂଖ୍ୟା ଥିବା ବ୍ୟକ୍ତିମାନଙ୍କର ଶୁଭ ଦିଗ ହେଉଛି ପୂର୍ବ। ଏହି ସଂଖ୍ୟା ଥିବା ବ୍ୟକ୍ତି ପୂର୍ବ ଦିଗରେ ବଂଶୀ ରଖନ୍ତୁ।
୨ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର-ପଶ୍ଚିମ ଦିଗରେ ଧଳା ରଙ୍ଗର କୌଣସି ଘର ସଜାଇବା ବସ୍ତୁ ରଖନ୍ତୁ। ସୁଫଳ ପାଇବେ।
୩ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର-ପୂର୍ବ ଦିଗରେ ରୁନ୍ଦ୍ରାକ୍ଷ ରଖନ୍ତୁ। ନିଶ୍ଚୟ ଶୁଭଫଳ ପାଇବେ।


୪ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଦକ୍ଷିଣ-ପଶ୍ଚିମ ଦିଗରେ ଯେକୌଣସି କାଚର ଦ୍ରବ୍ୟ ରଖନ୍ତୁ। ଅନେକ ଶୁଭ ଫଳ ପ୍ରାପ୍ତି ହେବ।
୫ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର ଦିଗରେ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତୁ। ସୁଫଳ ମିଳିବ।
୬ ସଂଖ୍ୟା ହେଉଥିବା ବ୍ୟକ୍ତି ଦକ୍ଷିଣ-ପୂର୍ବ ଦିଗରେ ମୟୂର ପର ରଖନ୍ତୁ। ସକରାତ୍ମକ ପ୍ରଭାବ ପାଇବେ।


୭ ସଂଖ୍ୟା ହେଉଥିବା ବ୍ୟକ୍ତି ଉତ୍ତର-ପୂର୍ବ ଦିଗରେ ରୁନ୍ଦ୍ରାକ୍ଷ ରଖନ୍ତୁ। ନିଶ୍ଚୟ ଶୁଭଫଳ ପାଇବେ।
୮ ସଂଖ୍ୟା ହେଉଥିବା ବ୍ୟକ୍ତି ନିଜ ଘରର ପଶ୍ଚିମ ଦିଗରେ ମାଛ ଆକ୍ୟାରିୟମ୍‍ ରଖନ୍ତୁ। ସୁଫଳ ପାଇବେ।
୯ ସଂଖ୍ୟା ହେଉଥିବା ବ୍ୟକ୍ତି ଘରର ଦକ୍ଷିଣ ଦିଗରେ ପିରାମିଡ଼ ରଖିବା ଦ୍ୱାରା ସକରାତ୍ମକ ପ୍ରଭାବ ବୃଦ୍ଧି ପାଇବ।

Leave A Reply