www.samajalive.in
Saturday, December 13, 2025
23.1 C
Bhubaneswar

ଚଳିତବର୍ଷ ପ୍ରାଣବଳି ଦେଇଛନ୍ତି ୪୧୪ ଯବାନ

କଟକ: ୫୯ତମ ରାଜ୍ୟ ପୁଲିସ ସହିଦ୍‍ ଦିବସ ରବିବାର ପୁଲିସ ମୁଖ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଡିଜିପି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆରକ୍ଷୀ ବିଭାଗରେ ସହିଦ୍‍ ହୋଇଥିବା ଯବାନ୍‍ଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ବୀର ସହିଦ୍‍ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯିବା ସହ ଆରକ୍ଷୀ ବାହିନୀ ତରଫରୁ ତୋପ ସଲାମି ଦିଆ ଯାଇଥିଲା। ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ଝାରସୁଗୁଡାର ଉପ-ଦୁର୍ଗପତି ଆଶିଷ କୁମାର ଦୁବେଙ୍କ ନେତୃତ୍ୱରେ ପରେଡ୍‍ ପରିଚାଳିତ ହୋଇଥିଲା।
ଚଳିତବର୍ଷ ସମଗ୍ର ଦେଶରେ ବିଭିନ୍ନ ଆରକ୍ଷୀ ବିଭାଗର ୪୧୪ ଜଣ ଯବାନ୍‍ ପ୍ରାଣବଳି ଦେଇଛନ୍ତି। ତନ୍ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୬, ଆଣ୍ଡାମାନ୍‍ ନିକୋବର ୧, ଆସାମରୁ୨, ବିହାରରୁ୧୦, ଛତିଶଗଡ ୨୫, ଦିଲ୍ଲୀ ୧୩, ଗୁଜରାଟରୁ ୧, ହରିୟାଣା ୨, ଜାମ୍ମୁ ଓ କାଶ୍ମୀରରୁ ୪୬, ଝାଡଖଣ୍ଡରୁ ୭, କର୍ଣ୍ଣାଟକ ୧୫, କେରଳ ୬, ମଧ୍ୟପ୍ରଦେଶରୁ ୮, ମହାରାଷ୍ଟ୍ର ୩, ମଣିପୁର ୩, ମେଘାଳୟ ୧, ରାଜସ୍ଥାନ୍‍ ୧, ସିକିମ୍‍ ୧, ତାମିଲ୍‍ନାଡୁ ୨, ତେଲଙ୍ଗାନା ୨, ତ୍ରିପୁରା ୧, ଉତ୍ତରପ୍ରଦେଶରୁ ସର୍ବାଧିକ ୬୭, ଉତ୍ତରାଖଣ୍ଡରୁ ୨, ପଶ୍ଚିମବଙ୍ଗରୁ ୧୮ ଜଣଙ୍କ ସହିତ ଆସାମ ରାଇଫଲରୁ ୮, ବିଏସଏଫ ୪୨, ସିଆଇଏସଏଫରୁ ୯, ସିଆରପିଏଫ୍‍ ୨୭, ଏଫଏସ୍‍, ସିଡି ଏବଂ ଏଚଜିରୁ ୨୦, ଆଇଟିବିପିରୁ ୩୪, ଏନ୍‍ସିବି ୧, ଏନ୍‍ଡିଆରଏଫ୍‍ ୩, ଆରପିଏଫ୍‍ ୨୫, ଏସ୍‍ଏସ୍‍ବିର ଜଣେ ଯବାନ ଓ ଓଡିଶାର କନ୍‍ଷ୍ଟେବଳ ସଞ୍ଜୟ ମାଝୀ କର୍ତ୍ତବ୍ୟ ସଂପାଦନ ସମୟରେ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି। ଏହି ଅବସରରେ ଆଇଜି ଅସିତ୍‍ କୁମାର ପାଣିଗ୍ରାହୀ ସହିଦ୍‍ମାନଙ୍କ ନାମ ପାଠ କରିଥିଲେ। ସହିଦ୍‍ ହୋଇଥିବା ସିଆରପିଏଫ ଯବାନ୍‍ ମନୋରଞ୍ଜନ ଲେଙ୍କା, ଆର.ଏନ୍‍ ମାହାକୁଡ୍‍,ଓଡିଶା ପୁଲିସର ଭୋଳା ନାୟକ, ଦଣ୍ଡପାଣି ମିଶ୍ର, ସେକ୍‍ ସମିରଉଦ୍ଦିନ୍‍, ପାର୍ଥରଞ୍ଜନ ବେହେରା, ସୁରେନ୍ଦ୍ର ଚନ୍ଦ୍ର ଧଳ ଓ ଶିବାଶିଷ ପଣ୍ଡାଙ୍କ ପରିବାର ସଦସ୍ୟଙ୍କୁ ଡିଜିପି ଡା. ଶର୍ମା ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ୟ୍ୟକ୍ରମରେ ବହୁ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ୧୯୫୯ ଅକ୍ଟୋବର ୨୧ରେ ଚୀନ୍‍ ସୈନିକଙ୍କ ଆକ୍ରମଣରେ ଲଦାଖ୍‍ ଅଞ୍ଚଳରେ କର୍ତ୍ତବ୍ୟରତ ୧୦ ଭାରତୀୟ ସିଆରପିଏଫ ଯବାନ୍‍ ପ୍ରାଣବଳି ଦେଇଥିଲେ। ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମଗ୍ର ଦେଶରେ ଏହି ଦିନଟିକୁ ପୁଲିସ ସହିଦ୍‍ ସ୍ମୃତି ଦିବସ ଭାବେ ପାଳନ କରାଯାଇ ଆସୁଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories