ଘାଟି ତଳକୁ ଖସିଲା ବସ: ୯ମୃତ

0

ଆଜିୱାଲ: ମିଜୋରାମରେ ଏକ ଯାତ୍ରୀବାହୀ ବସ ପାହାଡ଼ ଘାଟିରୁ ତଳକୁ ଖସିପଡ଼ିବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୧ଜଣ ଗୁରୁତର ଆହତ ହୋଇଛନ୍ତି। ପାଙ୍ଗୱାଜଲ ଗ୍ରାମ ନିକଟରେ ଲୁଂଙ୍ଗଲେଇ ଜିଲା ଅର୍ନ୍ତଗତ ଏହି ଘାଟିରେ ମଙ୍ଗଳବାର ସକାଳେ ଯାତ୍ରୀବାହୀ ବସଟି ଆଜିୱାଲରୁ ସିଆହା ସହରକୁ ଯାଉଥିବାବେଳେ ଏଭଳି ଘଟଣା ଘଟିଥିଲା। ଭାରସାମ୍ୟ ହରାଇ ବସଟି ୫୦୦ମିଟର ତଳେ ଗିରିଖାତକୁ ଖସି ପଡ଼ିଥିଲା। ଏହି ଘଟଣା ପରେ ସମସ୍ତଙ୍କ ଉଦ୍ଧାର କରାଯାଇ ଥିବାବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସ୍ଥାନୀୟ ପୁଲିସ ପ୍ରକାଶ କରିଛି।

Leave A Reply