ଚେନ୍ନଇ : ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କାରବାରର ଅଭିଯୁକ୍ତ ମଧ୍ୟସ୍ଥ ଖ୍ରୀଷ୍ଟିଆନ ମିସେଲଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ଡିସେମ୍ବର ୨୮ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ବୁଧବାର ଖ୍ରୀଷ୍ଟିଆନ ୪ଦିନିଆ ହାଜତ ମିଆଦ ଶେଷ ହେବା ପରେ ସିବିଆଇ ତାଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଇଥିଲା। ପରେ ଅଦାଲତ ତାଙ୍କୁ ଆଉ ୧୦ଦିନ ପାଇଁ ହାଜତକୁ ପଠାଇ ଦେଇଛନ୍ତି। ୩୬୦୦ କୋଟି ଟଙ୍କାର ହେଲିକପ୍ଟର ଟେଣ୍ଡର ଦୁର୍ନୀତିରେ ମଧ୍ୟ କରିଥିବା ବ୍ରିଟେନ ନାଗରିକ ଖ୍ରୀଷ୍ଟିଆନଙ୍କୁ ଡିସେମ୍ବର ୪ ତାରିଖରେ ୟୁଏଇରୁ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା। ଭାରତର ବିଭିନ୍ନ ରାଜନେତା ଓ ସାମରିକ ଅଧିକାରୀଙ୍କୁ ଲାଞ୍ଚ ଦେଇ ପ୍ରଭାବିତ କରିବା ପୂର୍ବକ ଖ୍ରୀଷ୍ଟିଆନ ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ କମ୍ପାନୀ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଟେଣ୍ଡର ମଞ୍ଜୁର କରାଇଥିଲେ।
Popular Categories



