www.samajalive.in
Sunday, December 14, 2025
16.1 C
Bhubaneswar

କେରଳ ବନ୍ୟା: ଜୀବନକୁ ବାଜି ଲଗେଇ ଶିଶୁକୁ ଉଦ୍ଧାର କଲେ କନଷ୍ଟେବଳ

କୋଚି: କେରଳରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟାର ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ, ଦୁଃସାହସିକ ଓ ଅଭୂତପୂର୍ବ ଘଟଣା ବିଷୟ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏକ ପୋଷାକୁକୁର ଯୋଗୁଁ ଏକ ପରିବାରର ଜୀବନ ବଞ୍ଚିଯାଇଥିବା ପରି ଖବର ଶୁଣିବାକୁ ମିଳିଛି। ଏବେ ଜଣେ ଏନ୍‍ଡିଆରଏଫ୍‍ କନେଷ୍ଟବଳଙ୍କ ଦୁଃସାହସିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଛି ବିଭିନ୍ନ ସୋସିଆଲ୍‍ ମିଡିଆରେ। କହ୍ନେୟା କୁମାର ନାମକ ଏହି କନଷ୍ଟେବଳ ଜଣକ ଏକ ଶିଶୁକୁ ବିପଜ୍ଜନକ ଅବସ୍ଥାରେ ବ୍ରିଜ୍‍ ପାର କରାଉଥିବାର ଦୃଶ୍ୟ ଏହି ଭିଡିଓରେ ଦେଖାଯାଉଛି।
କହ୍ନେୟାଙ୍କ କହିବା ଅନୁଯାୟୀ, ବ୍ରିଜ୍‍ର ଗୋଟିଏ ପଟେ ଉଚ୍ଚପଦସ୍ଥ ସରକାରୀ ଓ ସେନା ଅଧିକାରୀ, ଉଦ୍ଧାରକାରୀ ଦଳ ଠିଆ ହୋଇଥିଲେ। ବ୍ରିଜ୍‍ର ଅପରପାଶ୍ୱର୍ରେ ଜଣେ ବ୍ୟକ୍ତି ତାଙ୍କର ଏକ ଛୋଟ ଶିଶୁକୁ ଧରି ଠିଆ ହୋଇଥିଲେ। ସେ ବ୍ରିଜ୍‍ ପାରି ହୋଇ ଏ ପଟକୁ ଆସିବାକୁ ଚାହୁଁଥିଲେ। କିନ୍ତୁ ବ୍ରିଜ୍‍ ଉପରେ ପାଣିର ସୁଅ ପ୍ରଖର ଥିବାରୁ ଆସିବାକୁ ସାହସ କରିପାରୁ ନ ଥିଲେ। କୌଣସି ଅଧିକାରୀଙ୍କ ନିର୍ଦେଶକୁ ଅପେକ୍ଷା ନ କରି କହ୍ନେୟା କୁମାର ବ୍ରିଜ୍‍ ସେପାଖକୁ ଦୌଡ଼ି ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ପାଖରୁ ଝିଅଟିକୁ ଆଣି ବ୍ରିଜ୍‍ ଉପରେ ଦୌଡ଼ିବାକୁ ଲାଗିଲେ। ଏହା ଦେଖାଦେଖି ଝିଅର ବାପା ମଧ୍ୟ କହ୍ନେୟାଙ୍କ ପଛେ ପଛେ ଦୌଡ଼ିବାକୁ ଲାଗିଲେ। ବ୍ରିଜ୍‍ ପାର ହେବାର କିଛି ମିନିଟ୍‍ ପରେ ପରେ ବ୍ରିଜ୍‍ଟି ଭୁଶୁଡ଼ି ପଡ଼ିଥିଲା। କହ୍ନେୟାଙ୍କ ସାହସିକତା ଯୋଗୁଁ ଦୁଇ ଦୁଇଟି ପ୍ରାଣ ବଞ୍ଚି ଯାଇଥିଲା। ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ କୁମାରଙ୍କୁ ସବୁ ମହଲରୁ ପ୍ରଶଂସା ମିଳିଛି। ତାଙ୍କୁ ଯୋଗୁଁ ଆମେ ଗର୍ବିତ ବୋଲି ଏନ୍‍ଡିଆରଏଫ୍‍ର ଇନ୍ସପେକ୍ଟର କହିଛନ୍ତି। ଗଭୀର ପାଣିରେ ସଫଳତାର ସହିତ ପହଁରି ପାରିବାରେ ଦକ୍ଷ କହ୍ନେୟା କୁମାର ତାମିଲନାଡ଼ୁର ଆରାକୋନାମ୍‍ ସ୍ଥିତ ଏନ୍‍ଡିଆରଏଫ୍‍ ଚତୁର୍ଥ ବାଟାଲିଆନ୍‍ରେ ଗତ ଛଅ ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି। ଏଥିପୂର୍ବରୁ ତାମିଲାନାଡ଼ୁ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ବନ୍ୟା ବେଳେ ସେ ଅନେକ ଦୁଃସାହସିକ ଉଦ୍ଧାର କାର୍ଯ୍ୟ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories