www.samajalive.in
Saturday, December 6, 2025
26.1 C
Bhubaneswar

କେରଳ ନନ୍‍ ବଳାତ୍କାର ଘଟଣା: ଇସ୍ତଫା ଦେଲେ ବିଶପ୍‍

କୋଚି: କେରଳର ନନ୍‍ ବଳାତ୍କାର ଘଟଣାର ଅଭିଯୁକ୍ତ ଜଲନ୍ଧରର ବିଶପ୍‍ ଫ୍ରାନ୍‍କୋ ମୁଲାକାଲ୍‍ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଭାଟିକାନ୍‍ ସିଟିକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ଖୁବ୍‍ ଶୀଘ୍ର ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ଇସ୍ତଫା ପତ୍ରରେ ଖ୍ରୀଷ୍ଟିଆନ୍‍ ସମ୍ପ୍ରଦାୟ ଉଦ୍ଦେଶ୍ୟରେ ବିଶପ୍‍ ଉଲ୍ଲେଖ କରିଛନ୍ତି ଯେ ଦୁର୍ଦ୍ଦିନ ସମୟରେ ମାନସିକ ସମର୍ଥନ ଦେଇଥିବାରୁ ଏବଂ ମୋ ପାଇଁ ପ୍ରାର୍ଥନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏହା ମଧ୍ୟରେ ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇସାରିଛି ଓ କେତେକ ବିବଦୀୟ ପ୍ରମାଣ ମଧ୍ୟ ଯୋଗାଡ଼ କରାଯାଇଛି। ପୁଲିସ ମୋତ ଯେ କୌଣସି ସମୟରେ ଜେରା ପାଇଁ ଡାକିପାରେ। ତେଣୁ ଏମ୍‍ ମାଥ୍ୟୁ କୋକାଣ୍ଡାମ୍‍ଙ୍କୁ ମୁଁ ଦାୟିତ୍ୱ ହସ୍ତାନ୍ତର କରୁଛି। ତଦନ୍ତର ଫଳାଫଳ କଣ ହେବ ତାହା ମୁଁ ଈଶ୍ୱରଙ୍କ ଉପରେ ଛାଡ଼ି ଦେଇଛି।
ସୂଚନାଯୋଗ୍ୟ, ବିଶପ୍‍ ଫ୍ରାନ୍‍କୋ ୨୦୧୪ ରୁ ୨୦୧୬ ମଧ୍ୟରେ ଲଗାତାର ବଳାତ୍କାର କରିଥିବା କେରଳର ଜଣେ ନନ୍‍ ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ବିଶପ୍‍ଙ୍କୁ ବହିଷ୍କାର କରିବା ପାଇଁ ଅନୁରୋଧ କରି ଭାଟିକାନ୍‍ ସିଟିକୁ ଚିଠି ଲେଖିଥିଲେ। ବିଶପ୍‍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନନ୍‍ଙ୍କ ସାଥୀମାନେ ଦୀର୍ଘ ଦିନ ଧରି ଅନଶନ ଜାରି ରଖିଛନ୍ତି। ବିଶପଙ୍କ ଅର୍ଥ ଓ ପ୍ରତିପତ୍ତି ଯୋଗୁଁ ପୁଲିସ ମାମଲା ରୁଜୁ କରୁନାହିଁ ବୋଲି ନନ୍‍ ଅଭିଯୋଗ କରିଥିଲେ। ଏହାପରେ କେରଳର କୋଟାୟାମ୍‍ ଜିଲାର କୁରାଭିଲାଙ୍ଗାଡ଼ୁ ପୁଲିସ ଷ୍ଟେସନ୍‍ରେ ଏକ ମାମଲା ରୁଜୁ ହୋଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories