BJD Bijuli 480×75 Mob

କାର୍ଯ୍ୟାନୁଷ୍ଠାନ ଜଣାଇବାକୁ ଏନ୍‍ଜିଟି ନିର୍ଦେଶ

BJD Bijuli 480×75 Mob
0

ନୂଆଦିଲ୍ଲୀ: ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉଠାଣ ମାମଲାରେ ରାଜ୍ୟ ସରକାର କ’ଣ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ସବିଶେଷ ତଥ୍ୟ ତିନି ସପ୍ତାହ ମଧ୍ୟରେ ଜଣାଇବା ପାଇଁ ଜାତୀୟ ଗ୍ରୀନ ଟ୍ରାଇବୁନାଲ ନିର୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ସରକାର ମଧ୍ୟ ତିନିଦିନ ମଧ୍ୟରେ ବାଲି ମାଫିଆଙ୍କ ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଲିଖିତ ଭାବେ ଏନଜିଟିଙ୍କୁ ଜଣାଇବେ।
ସୁବର୍ଣ୍ଣରେଖା ନଦୀ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ତଥା ଆଗମୀ ଦିନରେ ବେଆଇନ ବାଲି ଉଠାଣକୁ କିପରି ରୋକାଯାଇ ପାରିବ ସେନେଇ ପିଟିସନକାରୀ ସୁଦର୍ଶନ ଦାସ ଲିଖିତ ଭାବେ ବୁଧବାର ସକାଳେ ଅବଗତ କରାଇବେ ବୋଲି ଏନଜିଟିର ଅଧ୍ୟକ୍ଷ ବିଚାରପତି ଆଦର୍ଶ କୁମାର ଗୋଏଲ ନିର୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ବେଳେ ପିଟିସନକାରୀଙ୍କ ଓକିଲ ଋିତିକ୍‍ ଦତ୍ତ ଦର୍ଶାଇଥିଲେ ଯେ ପଶ୍ଚିମ ମେଦିନପୁର ଜିଲାରେ ଓଡ଼ିଶା ସୀମାରେ ୩୨ଟି ସ୍ଥାନରେ ବେଆଇନ ବାଲି ଉଠାଣ ଖୋଲାଖୋଲି ଚାଲିଛି। ସମସ୍ତ ବାଲିଘାଟ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାର ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତ।
ନିୟମନୁଯାୟୀ ଏସବୁ ବାଲିଘାଟର ପରିବେଶ ମଞ୍ଜୁରୀ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଣଳୟ ଦେବା କଥା। ପଶ୍ଚିମ
ମେଦିନାପୁର ଜିଲା ପ୍ରଶାସନ ବେଆଇନ ବାଲି ଉଠାଣକାରୀଙ୍କ ବିରୋଧରେ ମୋଟଯାନ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ପରୋକ୍ଷ ଭାବେ ସୁବର୍ଣ୍ଣରେଖା ନଦୀରୁ ବାଲି ଉଠାଣକୁ ସମର୍ଥନ କରୁଛନ୍ତି। ପଶ୍ଚିମବଙ୍ଗ ସରକାର ଆଦାୟ କରୁଥିବା ଜୋରିମନା ରାଶି ଗୋଟିଏ ଟ୍ରାକ୍ଟର ବାଲିର ମୂଲ୍ୟ ଠାରୁ କମ୍‍ ବୋଲି ଆଡଭୋକେଟ ଦତ୍ତ ଦର୍ଶାଇଥିଲେ। ବାଲି ଉଠାଣକାରୀଙ୍କ ବେଆଇନ କାର୍ୟ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଭାବିତ ହେବା ସହ ନଦୀର ଗତିପଥ ବଦଳି ଯାଉଛି। ବାଲି ଉଠାଣକାରୀଙ୍କ ଠାରୁ ପରିବେଶ କ୍ଷତିପୁରଣ ବାବଦ ଜୋରିମନା ଆଦାୟ ସହ ଖଣି ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ପାଇଁ ଆଡଭୋକେଟ ଦତ୍ତ ନିବେଦନ କରିଥିଲେ। ସୁବର୍ଣ୍ଣରେଖା ନଦୀର ଓଡ଼ିଶା ପାଶ୍ୱରେ ନୁହେଁ, ପଶ୍ଚିମବଙ୍ଗ ପାଶ୍ୱରେ ବେଆଇନ ବାଲି ଉଠାଣକାର୍ୟ୍ୟ ଅବାଧରେ ଚାଲିଛି ବୋଲି ରାଜ୍ୟ ସରକାରଙ୍କ ଆଡଭୋକେଟ ସୌମ୍ୟଜିତ ପାଣି ଏନଜିଟିଙ୍କୁ ଅବଗତ କରାଇଥିଲେ।

Leave A Reply