କାବୁଲରେ ଆତ୍ମଘାତି ଆକ୍ରମଣ: ୧୨ ମୃତ
କାବୁଲ: ଆଫଗାନିସ୍ଥାନ ରାଜଧାନୀ କାବୁଲରେ ଏକ ଆତ୍ମଘାତି ଆକ୍ରମଣରେ ୧୨ଜଣଙ୍କ ମୃତ୍ୟୁ ହୋଇଯାଇଛି। ୨ହଜାରରୁ ଊର୍ଦ୍ଧ ମୌଲବୀ ଏକତ୍ରିତ ହୋଇ ଶାନ୍ତ ସ୍ଥାପନ ଉଦ୍ଦେଶ୍ୟରେ ଏକ ବୈଠକ କରୁଥିବାବେଳେ ଏଭଳି ଆତ୍ମଘାତି ଆକ୍ରମଣ ହୋଇଥିଲା। କାବୁଲର ଏକ ଶୀର୍ଷ ଧାର୍ମିକ ସଂସ୍ଥା ପକ୍ଷରୁ ଏଭଳି ସଭାର ଆୟୋଜନ କରାଯାଇ ଥିଲା। ସୋମବାର ସଭାରେ ଆତ୍ମଘାତି ଆକ୍ରମଣ ବିରୋଧରେ ଫତୱା ଜାରି କରିବା ଉଦ୍ଦେଶ୍ୟରେ ଏହି ସଭା ଅନୁଷ୍ଠିତ ହେଉଥିଲା। ବିଶାଳ ଟେଣ୍ଟ ମଧ୍ୟରେ ଏହି ସଭା ଚାଲିଥିବାବେଳେ ଆତ୍ମଘାତି ବିସ୍ଫୋରଣ ହୋଇଥିଲା। କେବଳ ରମଜାନ ମାସ ମଧ୍ୟରେ କାବୁଲରେ ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ସୋମବାର ଶାନ୍ତି ସଭା ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି।