www.samajalive.in
Saturday, December 6, 2025
16.1 C
Bhubaneswar

ଏନ୍‍କାଉଣ୍ଟରରେ ମାସୁଦର ପୁତୁରା ମୃତ !

ଶ୍ରୀନଗର: ସୁରକ୍ଷା କର୍ମୀଙ୍କ ଗୁଳିରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଦୁଇ ସଦସ୍ୟ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସଂଗଠନର ମୁଖ୍ୟ ମୌଲାନା ମାସୁଦ ଆଝାରର ପୁତୁରା ଉସ୍‍ମାନ ହାଇଦର ଥିବା କୁହାଯାଉଛି।
ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର ଟ୍ରାଲ୍‍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସେଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ସେନା ଓ ସୁରକ୍ଷା ବାହିନୀ ବ୍ୟବହାର କରୁଥିବା ଏକ ଏମ୍‍୪ କାର୍ବାଇନ୍‍ ଜବତ କରାଯାଇଛି। ଜୈସ-ଏ-ମହମ୍ମଦର କେତେଜଣ ସ୍ନାଇପର କାଶ୍ମୀର ଅଞ୍ଚଳରେ ପ୍ରବେଶ କରିବେ ବୋଲି ମାସେ ପୂର୍ବରୁ ସେନା ଓ ସୁରକ୍ଷା ବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା। ଗତ ଶନିବାର ସ୍ନାଇପରଙ୍କ ଗୁଳିରେ ସିଆଇଏସଏଫ୍‍ର ଜଣେ ସବ୍‍ଇନ୍ସପେକ୍ଟର ସହିଦ ହୋଇଥିଲେ। ମଙ୍ଗଳବାର ସନ୍ଧ୍ୟାର ଅପରେସନ୍‍ ପରେ ଉସ୍‍ମାନ ନିହତ ହୋଇଥିବା ଜୈସ-ଏ-ମହମ୍ମଦ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ଏନ୍‍କାଉ୍‍ଣ୍ଟରରେ ଜୈସ-ଏ-ମହମ୍ମଦଙ୍କ ଆଉ ଜଣେ ପୁତୁରା ତାଲ୍‍ହା ରଶିଦ ନିହତ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories