www.samajalive.in
Saturday, December 6, 2025
26.1 C
Bhubaneswar

ଆତତାୟୀ ଗୁଳିରେ ୧୧ମୃତ, ୬ ଗୁରୁତର

ୱାଶିଂଟନ୍‍: ଆମେରିକାର ପିଟ୍‍ସବର୍ଗ ସହରରେ ଏକ ପ୍ରାର୍ଥନା ସଭାରେ ଜଣେ ଆତତାୟୀ ଆଖିବୁଜା ଗୁଳି ଚଳାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି।
ପୁଲିସ ସୂଚନା ଅନୁଯାୟୀ ଜଣେ ନବଜାତକ ନାମକରଣ ଉତ୍ସବ ପାଇଁ ଇହୁଦୀ ଧର୍ମର ଏକ ପରିବାର ଓ ବନ୍ଧୁବର୍ଗ ଏକାଠୀ ହୋଇଥିଲେ। ସେମାନେ ପ୍ରଭୁଙ୍କ ଉଦେଶ୍ୟରେ ପ୍ରାର୍ଥନା କରିବା ବେଳେ ଜଣେ ବ୍ୟକ୍ତି ସେଠାରେ ଆଖିବୁଜା ଗୁଳି ଚଳାଇଥିଲା। ଆମେରିକାର ବିଚାର ବିଭାଗୀୟ ଆଇନ ଅନୁଯାୟୀ ଆତତାୟୀକୁ ମୃତ୍ୟୁ ଦଣ୍ଡ ଦିଆଯିବ। ଏହି ଘଟଣାକୁ ଆମେରିକା ସମେତ ବିଶ୍ୱର ବହୁ ନେତା ଓ ଅଧିକାରୀ ନିନ୍ଦା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘଟଣାର ନିନ୍ଦା କରିବା ସହିତ ଆମେରିକାରେ ଧର୍ମୀୟ ଭାବନାରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏଭଳି ହିଂସାକାଣ୍ଡ ଭିଆଉଥିବା ସେ କହିଛନ୍ତି। ଆମେରିକାର ଘଟିଥିବା ନାରକୀୟ ହିଂସାକାଣ୍ଡ ମଧ୍ୟରୁ ଏହା ଅନ୍ୟତମ। ଇସ୍ରାଏଲ୍‍ ରାଷ୍ଟ୍ରପତି ନେତାନ୍ୟାହୁ ମୃତ ଇହୁଦୀ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories