ନୂଆଦିଲ୍ଳୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମଦନ ଲାଲ୍ ଖୁରାନ୍ନାଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଦିଲ୍ଲୀରେ ୪ ଥର ବିଧାୟକ ଭାବେ ଜୟଯୁକ୍ତ ହୋଇଥିବା ଶ୍ରୀ ଖୁରାନ୍ନା ୧୯୯୩ ରୁ ୧୯୯୬ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ। ଏତଦ୍ବ୍ୟତୀତ ସେ ୨୦୦୪ରେ ରାଜସ୍ଥାନର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ମୃତ୍ୟୁରେ ବହୁ ନେତା ଶୋକ ପ୍ରକାଶ କରିଛନ୍ତି।
Popular Categories



