ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପାକସ୍ଥଳୀ କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ଦୀର୍ଘ ଦିନର ନିରବତା ପରେ ଶେଷରେ ଗୋଆ ସରକାର ପାନିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଉପରୋକ୍ତ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବାକୁ ବିରୋଧ ଦଳ ଦାବି କରି ଆସୁଥିଲେ। ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି କି ନାହିଁ ସେ ରାଜ୍ୟ ଶାସନ ଚଳାଇବାରେ ସମର୍ଥ କି ନୁହନ୍ତି ସେ ସମ୍ପର୍କରେ ରାଜ୍ୟ ସରକାର ସୂଚନା ଦିଅନ୍ତୁ ବୋଲି ରାଷ୍ଟ୍ରପତିଙ୍କୁ ଫେରାଦ ହୋଇଥିଲେ। ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାନେ ଶନିବାର ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗୋଆ ମୁଖ୍ୟମନ୍ତ୍ରୀ ପାନାକ୍ରିଆଟିକ୍ କ୍ୟାନ୍ସର ରୋଗରେ ପୀଡ଼ିତ। ଏଥିରେ ଲୁଚାଇବାର କିଛି ନାହିଁ। ଏ ସମ୍ପର୍କରେ ବିରୋଧୀ ଦଳ ମୁଣ୍ଡ ଖେଳାଇବା ଉଚିତ ନୁହେଁ। ପାରିକର ଏବେ ତାଙ୍କ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ତେଣୁ ତାଙ୍କୁ ଅଯଥା ହଇରାଣ କରିବା ଠିକ୍ ନୁହେଁ। ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କଂଗ୍ରେସ ଅଯଥା ରାଜନୀତି କରୁଛି। ସେମାନେ ଏ ସମ୍ପର୍କରେ ଜାଣିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବାରେ ମନା ନାହିଁ ବୋଲି ରାନେ କହିଛନ୍ତି।
ମୁମ୍ବଇ, ଆମେରିକା ଓ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ପାରିକର ଏବେ ଗୋଆରେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ରାନେ ସୂଚନା ଦେଇଛନ୍ତି।
ପାକସ୍ଥଳୀ କର୍କଟରେ ଆକ୍ରାନ୍ତ ପାରିକର
Popular Categories



