ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉଥିବା ଭାରତୀୟ ଇଞ୍ଜିନିୟର ଆମେରିକାରରେ ଗିରଫ
ହଷ୍ଟନ: ଆତଙ୍କବାଦୀ ସଂଗଠନ ଅଲକଏଦାକୁ ଅର୍ଥିକ ସହାୟତ କରୁଥିବା ଜନୈକ ଭାରତୀୟ ଇଞ୍ଜିନିୟର ଆମେରିକାରରେ ଗିରଫ ହୋଇଛି।ଆମେରିକାର ଓହିଓ ରାଜ୍ୟ ନିବାସୀ ଇବ୍ରାହିମ ଜୁବିର ମହମ୍ମଦ(୩୮) ନାମକ ଏହି ଇଞ୍ଜିନିୟର ଅନୱାର-ଅଲ-ଅୱାଲକି ନାମକ ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉ ଥିବା ଅଭିଯୋଗ ପ୍ରମାଣିତ ହୋଇଛି। ୟାମେନର ଅଲକାଏଦାର ସକ୍ରିୟ ଆତଙ୍କବାଦୀ ଅନୱାର ୨୦୧୧ଆମେରିକାର ଡ୍ରୋନ ଆକ୍ରମଣରେ ମୃତୁ୍ୟ ହୋଇଥିଲା। ଇବ୍ରାହିମ୍ ୨୦୦୬ରୁ ଆମେରିକାରେ ପାଠ ପଢିବା ସହ ସେଠାରେ କ୍ରେଡିଟ କାର୍ଡ଼ ଠକେଇ କରି ଆତଙ୍କବାଦୀ ଅନୱାରଙ୍କୁ ପଠାଉ ଥିଲା। ଆମେରିକାର କୋର୍ଟ ଇବ୍ରାହିମଙ୍କୁ ୬୦ମାସ ପାଇଁ ଜେଲ ହାଜତକୁ ପଠାଇ ଦେଇଛନ୍ତି। ଜେଲ ଦଣ୍ଡାଦେଶ ପରେ ଇବ୍ରାହିମଙ୍କୁ ଭାରତ ଫେରାଇ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।