www.samajalive.in
Saturday, December 6, 2025
23.1 C
Bhubaneswar

ଅପରାଜିତା ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ବର, : ସଂସଦରେ ଆଗତ ସମ୍ବିଧାନ ଅଧିନିୟମ (ସଂଶୋଧନ)-୨୦୨୫, ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ଅଧିନିୟମ-୨୦୨୫, ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶାସନ (ସଂଶୋଧନ) ଅଧିନିୟମ-୨୦୨୫ ସମ୍ପର୍କରେ ଅନୁଧ୍ୟାନ ପାଇଁ ଗଠିତ ସଂସଦୀୟ ଯୁଗ୍ମ କମିଟିର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଉକ୍ତ ଜେପିସିର ଅଧ୍ୟକ୍ଷା ଭାବେ ମନୋନୀତ କରିଛନ୍ତି। ୩୧ ସଦସ୍ୟ ବିଶିଷ୍ଟ ଜେପିସିରେ ଲୋକସଭାରୁ ୨୧ ଏବଂ ରାଜ୍ୟସଭାରୁ ୧୦ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ରବି ଶଙ୍କର ପ୍ରସାଦ, ଅନୁରାଗ ସିଂ ଠାକୁର, ବିଷ୍ଣୁ ଦୟାଲ ରାମ, ଡିକେ ଅରୁଣା, ପୁରୁଷୋତ୍ତମ ଭାଇ ରୂପାଲା, ସୁପ୍ରିୟା ସୁଲେ, ଅସଦଉଦ୍ଦିନ ୱବେସୀ ଏବଂ ହରସିମରତ କୌର ପ୍ରମୁଖ ଜେପିସି ପ୍ୟାନେଲରେ ସ୍ଥାନ ପାଇଛନ୍ତି। ସେହିପରି ରାଜ୍ୟସଭାରୁ ବ୍ରିଜ ଲାଲା, ଉଜ୍ବଲ ନିକ୍କମ, ନବମ ରେବିଆ, ନୀରଜ ଶେଖର, ମନନ କୁମାର ମିଶ୍ର , ଡ. କେ ଲକ୍ଷ୍ମଣ ଏବଂ ସୁଧା ମୂର୍ତ୍ତି ଜେପିସିରେ ଅଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories