www.samajalive.in
Saturday, December 13, 2025
27.1 C
Bhubaneswar

ଅଗଷ୍ଟ ତୃତୀୟ ସପ୍ତାହରେ କାର୍ଯ୍ୟରେ ଯୋଗ ଦେଇପାରନ୍ତି ଜେଟ୍‍ଲୀ

ନୂଆଦିଲ୍ଲୀ: କିଡ୍‍ନୀ ପ୍ରତିରୋପଣ ଜନିତ ଅସୁସ୍ଥତା କାରଣରୁ ପ୍ରାୟ ତିନିମାସ ଛୁଟିରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଚଳିତ ମାସ ତୃତୀୟ ସପ୍ତାହରେ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ଜେଟ୍‍ଲୀଙ୍କ ବ୍ୟକ୍ତିଗତ ସୂତ୍ରରୁ ଏହି ସୂଚନା ମିଳିଛି।
ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ନର୍ଥ ବ୍ଲକ୍‍ ସ୍ଥିତ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଜେଟ୍‍ଲୀଙ୍କ କ୍ୟାବିନ୍‍କୁ ନୂଆ ଭାବେ ପ୍ରସ୍ତୁତ କରାଯାଉଛି। ସେଠାରେ ସଂକ୍ରମଣ ନିରୋଧୀ ବ୍ୟବସ୍ଥା ସହିତ ଆଉ କେତେକ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି।
ମନ୍ତ୍ରାଳୟ କାର୍ଯ୍ୟାଳୟକୁ ଆସୁ ନଥିଲେ ହେଁ ଜେଟ୍‍ଲୀ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ। ବିଦେଶୀ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ଜମା ପରିମାଣ, ଆସାମ ଏନ୍‍ଆରସି ତାଲିକା ଆଦି ପ୍ରସଙ୍ଗରେ ଜେଟ୍‍ଲୀ ସୋସିଆଲ୍‍ ମିଡିଆରେ ଦେଇଥିବା ମନ୍ତବ୍ୟ ଚର୍ଚ୍ଚାକୁ ଆସିଥିଲା। ଏପରିକି ସେ ଭିଡିଓ କନ୍‍ଫେରେନ୍ସିଂ ମାଧ୍ୟମରେ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ନିର୍ଦେଶ ଦେଉଥିବା ବିରୋଧୀମାନେ ଅଭିଯୋଗ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories