ଏନ୍‍ଏସଏରେ ଗିରଫ ହେଲେ ତିନି ଗୋହତ୍ୟାକାରୀ

0

ଭୋପାଳ: ମଧ୍ୟପ୍ରଦେଶରେ ତିନିଜଣ ଗୋ ହତ୍ୟାକାରୀଙ୍କୁ ଜାତୀୟ ସୁରକ୍ଷା ଆଇନ(ଏନ୍‍ଏସ୍‍ଏ) ବଳରେ ଗିରଫ କରାଯାଇଛି। କଂଗ୍ରେସ ସରକାର ଆସିବା ପରେ ମଧ୍ୟପ୍ରଦେଶରେ ଏଭଳି ଘଟଣା ପ୍ରଥମ। ସାଧାରଣତଃ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନଏସ୍‍ଏ ଲାଗୁ କରାଯାଏ।
ଖାଣ୍ଡୱାର ମୋଘାଟଠାରେ ଗୋ ହତ୍ୟା କରାଯାଇଥିବା ସୂଚନା ଆଧାରରେ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ଅଞ୍ଚଳର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଅଭିଯୁକ୍ତମାନଙ୍କ ବିରୋଧରେ ଏନ୍‍ଏସଏ ଲାଗୁ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏଥିସହିତ ସେମାନଙ୍କ ବିରୋଧରେ ଗୋ ହତ୍ୟା ନିରୋଧ ଆଇନ ଅଧୀନରେ ବିଭିନ୍ନ ଦଫା ଲାଗୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନଦିମ, ସକିଲ ଓ ଆଜାମ। ନଦିମ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡ଼ିଛି। ୨୦୧୭ରେ ତାକୁ ଜେଲ୍‍ ପଠାଯାଇଥିବା ବେଳେ ସେ ଜାମିନ୍‍ରେ ଆସିଛି।

Leave A Reply