www.samajalive.in
Sunday, December 14, 2025
26.1 C
Bhubaneswar

ଗଛରେ ପିଟିହେଲା ସ୍କର୍ପିଓ, ୧୨ ଆହତ

ସମ୍ବଲପୁର: ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଚାଲିଥିବାବେଳେ ସମ୍ବଲପୁରରେ ବୁଧବାର ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ସୁବର୍ଣ୍ଣପୁର ଜିଲାର ସାଗରପାଲିରୁ ୪ ଜଣ ସାଙ୍ଗ ତାଙ୍କ ପରିବାର ସହ ଏକ ସ୍କର୍ପିଓରେ ନବ ବର୍ଷ ପାଳନ ଉପଲକ୍ଷେ ମାଁ ସମଲେଶ୍ୱରୀ ଓ ମାଁ ଘଣ୍ଟେଶ୍ୱରୀ ମନ୍ଦିର ଦର୍ଶନ ପାଇଁ ସମ୍ବଲପୁରକୁ ଆସୁଥିଲେ। ବତେମୁରା ନିକଟରେ ଚାଳକଙ୍କ ଆଖି ଲାଗିଯିବାରୁ ରାସ୍ତାରେ ଥିବା ଏକ ଗର୍ତ୍ତରେ ଗାଡିଟି ପଡିଯାଇ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ତରଣୀ ମେହେର, ସୁରୁବାବୁ ମେହେର, ଆଭାଷ ମେହେର, ଈଶ୍ୱର ମେହେର, ସମୀର ମେହେର, ଅଲିସା ମେହେର, ଜ୍ୟୋତ୍ସ୍ନା ମେହେର, ରିଙ୍କି ମେହେର, ତୃଷ୍ନା ମେହେର, ଜୟରାମ ମେହେର, ସତ୍ୟଭାମା ମେହେରଙ୍କ ସମେତ ସମୁଦାୟ ୧୨ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ, ଅଟୋ ଓ ଅନ୍ୟାନ୍ୟ ଗାଡି ମାଧ୍ୟମରେ ପୁଲିସ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଆହତ ମାନଙ୍କ ମଧ୍ୟରେ ୪ ଜଣ ପୁରୁଷ, ୪ ଜଣ ମହିଳା ଓ ୪ ଜଣ ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଧମା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories