ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ଜିଲା ବାଞ୍ଜିବାହାଲ-ପଲସିପାଣି ରାସ୍ତାରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇଟି ବାଇକରେ ୭ ଜଣ ବସି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ମୃତକମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତ ପଲସିପାଣି ଗାଁର ଗୋଟିଏ ପରିବାରର। ସେମାନେ ହେଲେ ଲଳିତ ଶବର, ତାଙ୍କ ଭଉଣୀ ସୁନାଫୁଲ ଏବଂ ଝିଅ ଦିଲେଶ୍ଵରୀ। ଅନ୍ୟ ଜଣେ ମୃତକ ହେଲେ ପାଇକମାଳ ଥାନା ଚୁହୁରାପାଲି ଗାଁର କ୍ଷୀର ରାଉଳ।



