www.samajalive.in
Saturday, December 6, 2025
19.1 C
Bhubaneswar

ତୃତୀୟ ପର୍ଯ୍ୟାୟ ଲକ ଡାଉନ ସମୟରେ ଓଡ଼ିଶାର ୩୦ଟି ଜିଲ୍ଲାର ବର୍ଗୀକରଣ

ସମାଜ ପୋର୍ଟାଲ ଡେସ୍କ: ଆସନ୍ତାକାଲି ଅର୍ଥାତ ମେ’ ୩ ରାତି ୧୨ଟା ପରେ ସାରା ଦେଶରେ ଲାଗୁ ହେବ ଲକ ଡାଉନ ବ୍ୟବସ୍ଥାର ତୃତୀୟ ପର୍ଯ୍ୟାୟ। ତେବେ ତାହା ପୂର୍ବରୁ କେନ୍ଦ୍ର ସରକାର ସାରା ଦେଶର ଜିଲ୍ଲାଗୁଡିକୁ ୩ଟି ବର୍ଗରେ ବିଭକ୍ତ କରିଛନ୍ତି। ଗତ ୨୧ ଦିନ ମଧ୍ୟରେ କୌଣସି ସଂକ୍ରମଣ ଚିହ୍ନଟ ହୋଇନଥିବା ଜିଲ୍ଲାଗୁଡ଼ିକୁ ଗ୍ରୀନ ଜୋନରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଜୋନ ଏବଂ ଅତ୍ୟଧିକ ସଂକ୍ରମିତ ଜିଲ୍ଲାଗୁଡ଼ିକୁ ରେଡ ଜୋନରେ ସାମିଲ କରାଯାଇଛି। ସେହି କ୍ରମରେ ଓଡ଼ିଶାର ୩ଟି ଜିଲ୍ଲାକୁ ରେଡ ଜୋନ, ୬ଟି ଜିଲ୍ଲାକୁ ଅରେଞ୍ଜ ଜୋନ ଏବଂ ୨୧ଟି ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା କରାଯାଇଛି।

ରେଡ ଜୋନ (୩ ଜିଲ୍ଲା) – ଯାଜପୁର, ଭଦ୍ରକ, ବାଲେଶ୍ୱର
ଅରେଞ୍ଜ ଜୋନ (୬ ଜିଲ୍ଲା) – ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି
ଗ୍ରୀନ ଜୋନ (୨୧ ଜିଲ୍ଲା) – କଟକ, ପୁରୀ, ଅନୁଗୁଳ, ବଲାଙ୍ଗୀର, ବରଗଡ, ବୌଦ୍ଧ, ଦେଓଗଡ, ଗଜପତି, ଗଂଜାମ, ଜଗତସିଂହପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦୁଝର, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର, ସୋନପୁର

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories