www.samajalive.in
Sunday, December 7, 2025
14.1 C
Bhubaneswar

ଭାଇରାଲ ହେଉଛି ଜୋମାଟୋ ଡେଲିଭରୀ ଏଜେଣ୍ଟଙ୍କ ଫଟୋ, ଦିପିନ୍ଦର ଗୋଏଲ କହିଲେ ଏମିତି

ନୂଆଦିଲ୍ଲୀ : ମୋଟରସାଇକେଲ ଭଳି ହ୍ବିଲଚେୟାରରେ ଅର୍ଡର ପହଞ୍ଚାଉଥିବା ଜଣେ ଜୋମାଟୋ ପ୍ରତିନିଧିଙ୍କ ଫଟୋ ଇଣ୍ଟରନେଟରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଛି । ନାରାୟଣ କନ୍ନନ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଏହି ପୋଷ୍ଟ କରାଯାଇଛି । ଭାଇରାଲ ହେଉଥିବା ଏହି ଫଟୋ ସମସ୍ତଙ୍କ ହୃଦୟ ଜିତୁଛି । ଏପରିକି ସିଇଓ ଦିପିନ୍ଦର ଗୋଏଲ ମଧ୍ୟ ଫଟୋକୁ ପୁଣି ଥରେ ପୋଷ୍ଟ କରିଛନ୍ତି । ଫଟୋରେ ଜଣେ ଦିବ୍ୟାଙ୍ଗ ଡେଲିଭରୀ ପ୍ରତିନିଧି ଏକ ସ୍ବତନ୍ତ୍ର ହ୍ବିଲଚେୟାର ବାଇକରେ ହସ ହସ ମୁହଁରେ ବସିଥିବା ନଜର ଆସୁଛନ୍ତି ।

- Advertisement -

ଫଟୋ ସହିତ କ୍ୟାପ୍ସନରେ ଲେଖା ହୋଇଛି କି, ପ୍ରିୟ ଜୋମାଟୋ ଏବଂ ଦିପିନ୍ଦର ଗୋଏଲ, ଦୟାକରି ଏ ସମ୍ପର୍କରେ ଅଧିକ ଜଣାନ୍ତୁ । ତାଙ୍କ କାହାଣୀ ଆକର୍ଷକ ଲାଗୁଛି । ପୋଷ୍ଟ କରାଯିବା ପରେ ଫଟୋକୁ ଏକ୍ସରେ ୧୭ ହଜାର ଥର ଦେଖାଯାଇଛି ଏବଂ ଇଣ୍ଟରନେଟରେ ଲୋକଙ୍କ ଅନେକ ପ୍ରତିକ୍ରିୟା ମିଳିଛି । ଗତ ବର୍ଷ ଗୋଏଲ ଘୋଷଣା କରିଥିଲେ କି ଜୋମାଟୋ ନିୟୋମୋଶନ ସହିତ ଚୁକ୍ତି କରିଛି । ଗୋଏଲ ଏକ୍ସରେ ଲେଖିଛନ୍ତି ପ୍ରତି ସ୍ବତନ୍ତ୍ର ଡେଲିଭରୀ ଗାଡିକୁ ଡେଲିଭରି ପ୍ରତିନିଧିଙ୍କ ଅନୁସାରେ ତାଙ୍କ ସୁବିଧା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ସେମାନଙ୍କ ପାଇଁ ଅଧିକ ଆରାମଦାୟକ ଏବଂ ଗତିଶୀଳ ହୋଇପାରିଛି । ଏହା ସହିତ ଏହି ସ୍ବତନ୍ତ୍ର ଗାଡିଗୁଡିକ ଇଲେକ୍ଟ୍ରିକ ଏବଂ ପରିବେଶ ଅନୁକୂଳ ମଧ୍ୟ ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories