www.samajalive.in
Saturday, December 13, 2025
21.1 C
Bhubaneswar

ଜାକିର ନାଏକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ମାଲେସିଆର ୭ ରାଜ୍ୟ

କୁଆଲା ଲୁମପୁର : ମାଲେସିଆରେ ବିବାଦୀୟ ଇସଲାମିକ ପ୍ରଚାରକ ଜାକରି ନାଏକଙ୍କ ସମସ୍ୟା ବଢିବାରେ ଲାଗିଛି। ଅଣମୁସଲମାନ ସଂଖ୍ୟାଲଘୁ ବିରୋଧୀ ମନ୍ତବ୍ୟ ପାଇଁ ମାଲେସିଆର ୭ଟି ରାଜ୍ୟ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ମାଲେସିଆରେ ରହୁଥିବା ହିନ୍ଦୁ ଓ ଚାଇନିଜଙ୍କ ବିରୋଧରେ ଜାକିର ନାଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥିପାଇଁ ମାଲେସିଆର ମେଲାକା, ଜେହୋର, ସେଲାଙ୍ଗୋର, ପେନାଙ୍ଗ, କେଡାହ, ପେରଲିସ ଏବଂ ସାରାୱାକ ରାଜ୍ୟ ଜାକିର ନାଏକଙ୍କୁ ସାଧାରଣ ସଭାରେ ଭାଷଣ ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ତାଙ୍କୁ କୌଣସି ଧାର୍ମିକ ସଭାରେ ଉଦବୋଧନ ଦେବାକୁ ବାରଣ କରାଯାଇଛି। ନିଜ ଭାଷଣ ପାଇଁ ବିଭିନ୍ନ ମହଲରେ ସମାଲୋଚିତ ହେଉଥିବା ଜାକିର ନାଏକ କିନ୍ତୁ ପେନାଙ୍ଗର ଉପ ମୁଖ୍ୟମନ୍ତ୍ରୀ ପି ରାମାସାମୀ, କ୍ଲାଙ୍ଗ ସାଂସଦ ଚାରଲେସ ସାଣ୍ଟିଆଗୋ, ବଗାନ ଡଲାମ ଆସେଂବ୍ଲି ସଦସ୍ୟ ସତୀଶ ମୁନିଆନ୍ଦି, ପୂର୍ବ ରାଷ୍ଟ୍ରଦୂତ ଦାତୁକ ଡେନିସଙ୍କୁ ନୋଟିସ୍‍ ପଠାଇଛନ୍ତି। ସମାଲୋଚନା ମାଧ୍ୟମରେ ସେମାନେ ତାଙ୍କ ମାନାହାନି କରିଥିବା ଜାକିର ନୋଟିସରେ ଦର୍ଶାଇଛନ୍ତି। ଜାକିର ନାଏକ କହିଛନ୍ତି ଯେ ଏହି ୪ ନେତା ତାଙ୍କ ବିରୋଧରେ ମାନହାନି ମନ୍ତବ୍ୟ ଦେଇଛନ୍ତି। ଏହାପୂର୍ବରୁ ଜାକରି ନାଏକ ମାନବ ସମ୍ବଳ ମନ୍ତ୍ରୀ ଏମ କୁଲାସେଗରନ ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ମାଲେସିଆର ବିଭିନ୍ନ ଥାନାରେ ଜାକିର ନାଏକଙ୍କ ବିରୋଧରେ ୧୧୫ଟି ମାମଲା ରୁଜୁ ହୋଇଛି। ଏହାକୁ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମାହାଥିର ମହମ୍ମଦ କହିଛନ୍ତି ଯେ ଜାକିର ନାଏକଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ମଲେସିଆକୁ କ୍ଷତି ପହଞ୍ଚାଇବା ଭଳି ମନ୍ତବ୍ୟ ଦେଇଥିବା ପ୍ରମାଣିତ ହେଲେ ତାଙ୍କ ସ୍ଥାୟୀ ନିବାସୀ (ପରମାନେଟ ରେସିଡେଣ୍ଟ) ମାନ୍ୟତା ଫେରାଇ ନିଆଯିବ।

- Advertisement -

ଅଭିଯୋଗ ଅନୁଯାୟୀ ଜାକରି ନାଏକ ଅଗଷ୍ଟ ୮ରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ମାଲେସିଆରେ ରହୁଥିବା ହିନ୍ଦୁ (ସଂଖ୍ୟାଲଘୁ)ଙ୍କୁ ଭାରତରେ ରହୁଥିବା ମୁସଲମାନଙ୍କ ତୁଳନାରେ ୧୦୦ ଗୁଣା ଅଧିକ ଅଧିକାର ମିଳୁଛି। କିନ୍ତୁ ସେମାନେ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ବଦଳରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ସମର୍ଥନ କରୁଛନ୍ତି। ଏପରିକି ନାଏକ ମୁସଲମାନ ବହୁଳ ଅଞ୍ଚଳରେ ହିନ୍ଦୁ ଏବଂ ଚାଇନିଜ ଲୋକଙ୍କ ବିରୋଧରେ ଉତ୍ତେଜକ ଭାଷଣ ଦେଇ ଦେଶର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ। ଫଳରେ ମାଲେସିଆର କେତେକ ମନ୍ତ୍ରୀ ଜାକିର ନାଏକଙ୍କୁ ଦେଶରୁ ନିର୍ବାସିତ କରିବାକୁ କହିଛନ୍ତି।
ଜାକରି ନାଏକ ୩ ବର୍ଷ ହେବ ମାଲେସିଆରେ ରହୁଛନ୍ତି। ଭାରତରେ ଜାକିର ନାଏକଙ୍କ ବିରୋଧରେ ବେଆଇନ ଅର୍ଥକାରବାର, ଉତ୍ତେଜକ ଭାଷଣ ଦେବା ଆଦି ଅଭିଯୋଗ ରହିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories