www.samajalive.in
Saturday, December 6, 2025
26.1 C
Bhubaneswar

ୟୁଟ୍ୟୁବରୁ ୧ କୋଟି ଟଙ୍କା ରୋଜଗାର କଲେ ଯୁବକ; ଚଢାଉ କଲା ଆୟକର ବିଭାଗ

ବରେଲୀ: ଉତ୍ତରପ୍ରଦେଶର ବରେଲୀ ସ୍ଥିତ ନୱାବଗଞ୍ଜ ଥାନା ଅନ୍ତର୍ଗତ ମିଲକ ପିଛୋଡ଼ା ଗ୍ରାମ ନିବାସୀ ତସ୍‌ଲିମଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଏହି ସମୟରେ ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ ହୋଇଛି। ତସ୍‌ଲିମଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ୟୁଟ୍ୟୁବ ଜରିଆରେ ବେଆଇନ ଭାବେ ଅର୍ଥ ରୋଜଗାର କରିଛନ୍ତି। ଅଭିଯୋଗ ପରେ ନୱାବଗଞ୍ଜ ଥାନା ପୁଲିସ ଓ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ଘରୁ ନଗଦ ୨୪ ଲକ୍ଷ ଟଙ୍କା ଜବତ କରିଥିଲେ। ୟୁଟ୍ୟୁବର୍ ତସଲିମ୍‌ଙ୍କ ଭାଇ ଫିରୋଜଙ୍କୁ ପଚରାଉଚରା କରିବା ପରେ ଫିରୋଜ ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି।

ଫିରୋଜ କହିଛନ୍ତି ଯେ, ତାଙ୍କ ଭାଇଙ୍କୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରରେ ଫସାଯାଇଛି। ଏଠାରେ ସୂଚନାଯୋଗ୍ୟ, ଫିରୋଜ ତସ୍‌ଲିମଙ୍କ ୟୁଟ୍ୟୁବ୍ କମ୍ପାନୀରେ ମ୍ୟାନେଜର ଭାବରେ ମଧ୍ୟ କାମ କରନ୍ତି। ଫିରୋଜ କହିଛନ୍ତି ଯେ, ମୋ ଭାଇ କୌଣସି ଭୁଲ୍ କାମ କରିନାହାନ୍ତି। ସେ କେବଳ ୟୁଟ୍ୟୁବ ଚ୍ୟାନେଲ କରି ଟଙ୍କା ରୋଜଗାର କରିଛନ୍ତି।

- Advertisement -

ତସ୍‌ଲିମଙ୍କ ଭାଇ ଫିରୋଜ କହିଛନ୍ତି ଯେ, ଆମର ଟ୍ରେଡିଂ ହବ୍ ୩.୦ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ଏବଂ ଏହା ଶେୟାର ବଜାର ବିଷୟରେ ସୂଚନା ଦେଇଥାଏ। ଏହି ୟୁଟ୍ୟୁବ୍ ଚ୍ୟାନେଲରୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୦,୦୦,୦୦୦ ଟଙ୍କା ରୋଜଗାର କରିଛୁ ଏବଂ ଏଥିପାଇଁ ଆମେ ୪୦,୦୦୦୦ ଟଙ୍କା ଆୟକର ମଧ୍ୟ ଜମା କରିଛୁ। ମୁଁ ଏବଂ ମୋ ଭାଇ କୌଣସି ଭୁଲ୍‌ କରିନାହୁଁ। ଆମେ ଆମ ୟୁଟ୍ୟୁବ୍‌ ଚ୍ୟାନେଲ ଚଳାଉ, ଯେଉଁଥିରୁ ଆମେ ଭଲ ରୋଜଗାର କରୁ, ଏହାହିଁ ଏକମାତ୍ର ସତ।

ଅନ୍ୟପକ୍ଷରେ, ତସ୍‌ଲିମ ଏବଂ ଫିରୋଜଙ୍କ ପିତା ମୌସମ ଖାନ କହିଛନ୍ତି ଯେ, ମୋ ପୁଅ ତସ୍‌ଲିମ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଗତକାଲି ଯେଉଁ ତଦନ୍ତକାରୀ ଦଳ ଆସିଥିଲେ, ସେମାନେ ସମସ୍ତ ସଠିକ୍ ଦଲିଲ୍‌ ପାଇଛନ୍ତି। ତସ୍‌ଲିମର ୟୁଟ୍ୟୁବ୍ ଚ୍ୟାନେଲ୍ ଦୀର୍ଘ ଦିନରୁ ଚାଲୁଛି, ଏଥିରୁ ଯଥେଷ୍ଟ ଆୟ ହେଉଥିଲା। ଟଙ୍କା ଆସିବା ପରେ ସେ ସେହି ଟଙ୍କାରେ ବ୍ୟବସାୟକୁ ବଢାଇଥିଲେ, ଯେଉଁ କାରଣରୁ କିଛି ଲୋକ ଅସନ୍ତୁଷ୍ଟ ହେବାକୁ ଲାଗିଲେ ଏବଂ ଭିତରେ ଭିତରେ ଈର୍ଷା କରିବାକୁ ଲାଗିଲେ। ସେହି ଲୋକମାନେ ହିଁ ଅଭିଯୋଗ କରିଛନ୍ତି।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories