www.samajalive.in
Friday, December 5, 2025
26.1 C
Bhubaneswar

ଯୁବକକୁ ସଂଘବଦ୍ଧ ଆକ୍ରମଣ ଘଟଣା: ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି 

ଗୋପାଳପୁର:  ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗାଁରେ ଗତ ମାର୍ଚ୍ଚ ୧୫ ତାରିଖରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଘଟଣା ରେ ଜଡ଼ିତ ଥିବା  ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।  ଘଟଣାରେ ଗିରଫଦାରୀ ସଂଖ୍ୟା ୭ କୁ ବୃଦ୍ଧି ପାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ରାଳବ ତଳ ସାହିର ବି ଧର୍ମା ପାତ୍ର ବୋଲି ସୂଚନା ମିଳିଛି। ପୂର୍ବରୁ ଗତ ମାର୍ଚ୍ଚ ୧୮ ତାରିଖରେ ଘଟଣାରେ ସମ୍ପୃକ୍ତ ରହିଥିବା ୬ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ  ସେମାନଙ୍କ ଠାରୁ ଆକ୍ରମଣ ରେ ବ୍ୟବହୃତ ଗୋଟିଏ ଖଣ୍ଡା ସହ ଗୋଟିଏ ଠେଙ୍ଗାକୁ ଜବତ କରିଥିଲା।ରାଳବ ଗାଁର ଶେଷ ମୁଣ୍ଡ ରେ ଦୁବପଲ୍ଲୀ ରାସ୍ତାରେ ଗତ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟା ସମୟରେ ବି ସନ୍ତୋଷ ପାତ୍ର ଙ୍କ ଛେଳି‌ ଗୁହାଳ ଠାରେ ସନ୍ତୋଷ ଥିବା ବେଳେ ପୂର୍ବରୁ ଗିରଫ ହୋଇଥିବା ଯୁବକଙ୍କ ଏକ ଗୋଷ୍ଠୀ  ହଠାତ ସେଠାରେ ପହଞ୍ଚି ଖଣ୍ଡା ଓ ଠେଙ୍ଗା ରେ ଆକ୍ରମଣ କରିଥିଲେ। ଯାହାଫଳରେ ସନ୍ତୋଷ ଙ୍କ ଦୁଇ ହାତ ସମେତ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଘଟଣା ନେଇ ଖବର ପାଇ ସନ୍ତୋଷ ଙ୍କ ବଡ଼ ଭାଇ କ୍ରିଷ୍ଣା ସେଠାରେ ପହଞ୍ଚିବାରୁ ଅଭିଯୁକ୍ତ ମାନେ କ୍ରିଷ୍ଣା ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡେଇ ଥିଲେ। ଉକ୍ତ ଘଟଣା ପରେ ଆହତ ସନ୍ତୋଷ ଙ୍କ ପରିବାର ବର୍ଗ  ଆକ୍ରମଣ ରେ ସାମିଲ ରହିଥିବା ଅଭିଯୁକ୍ତ  ନାରସିହୁଂଲୁ ଓ ପି କୁର଼ମାୟା ପାତ୍ର ଙ୍କ ଘର ଉପରକୁ ପଥର ମାଡ କରିବା ସହ ଗୋଟିଏ ମଟର ସାଇକେଲ କୁ ପୋଡି ଦେଇଥିଲେ।  ଯାହାକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଥିଲା।  ଅନ୍ୟପଟେ ଡି ନାରସିହୁଂଲୁ ଙ୍କ  ପକ୍ଷରୁ ୧୩ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୁଲିସ  ବି ଧର୍ମା ପାତ୍ର କୁ ଗିରଫ କରିଛି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories