www.samajalive.in
Saturday, December 13, 2025
26.1 C
Bhubaneswar

ଗୁଣିଗାରେଡ଼ି ସନ୍ଦେହ: ପିଉସୀ ପୁଅ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାବାଳକ

ରେଢ଼ାଖୋଲ: ସମ୍ବଲପୁର ଜିଲା ଯୁଯୁମୁରା ଥାନା ତଳିମାଲ ଗ୍ରାମର ଆମୁସ ମୁଣ୍ଡାଙ୍କ ପୁଅ ବିଲାସନ ଓରଫ ପୁଚୁ (୨୮)ଙ୍କୁ ତାଙ୍କ ମାମୁ ପୁଅ ଭାଇ (ନାବାଳକ) ଟାଙ୍ଗିଆରେ ହାଣି ହତ୍ୟା କରିଛି। ପୁଲିସ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ସଂପୃକ୍ତ ନାବାଳକକୁ ଅଟକ ରଖିଛି। ହତ୍ୟାକାଣ୍ଡ ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୧ ସେକ୍ସନ ପୁଲିସ ବଳ ମୁତୟନ କରାଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁସାରେ ତଳିମାଲ ଗ୍ରାମର ପ୍ରଶାନ୍ତ ମୁଣ୍ଡାଙ୍କ ଭଉଣୀ କିଛି ଦିନ ହେଲା ଅସୁସ୍ଥ ରହୁଥିଲେ। ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଗଲା ପରେ ମଧ୍ୟ ସେ ସୁସ୍ଥ ହେଉନଥିଲେ। ଗ୍ରାମର କ୍ଲବ ଘର ଜାଗାକୁ କେନ୍ଦ୍ରକରି ପିଉସା ଅମୁସ ମୁଣ୍ଡାଙ୍କ ପରିବାର ସହିତ ପ୍ରଶାନ୍ତଙ୍କ ବିବାଦ ଲାଗି ରହିଥିଲା। ଆମୁସ ଏହି ଜାଗାକୁ ମାଡ଼ି ବସିଥିବାରୁ ପ୍ରଶାନ୍ତଙ୍କ ସାନ ଭାଇ ସହ ଝଗଡ଼ା ହେଉଥିଲା। ପ୍ରଶାନ୍ତଙ୍କ ଭଉଣୀଙ୍କୁ ଆମୁସ ଗୁଣିଗାରେଡ଼ି କରିଥିବା ସନ୍ଦେହ କରାଯାଉଥିଲା। ବୁଧବାର ସନ୍ଧ୍ୟାରେ ପୁଚୁ ଗାଁ ଦାଣ୍ଡରେ ବୁଲି ବୁଲି ପ୍ରଶାନ୍ତଙ୍କ ଘର ଆଗକୁ ଆସିବା ମାତ୍ରେ ତାଙ୍କ ଭାଇ ସହ ପୁଣି ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଶାନ୍ତଙ୍କ ନାବାଳକ ଭାଇ ଏକ ଟାଙ୍ଗିଆରେ ପୁଚୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦେଇଥିଲା। ପୁଚୁଙ୍କ ବେକକୁ ହାଣି ଦେବାରୁ ସେ ସେଠାରେ ଟଳି ପଡ଼ିଥିଲେ। ପ୍ରଶାନ୍ତଙ୍କ ଭାଇ ରକ୍ତଭିଜା ଟାଙ୍ଗିଆ ଧରି ଶବକୁ ଅନେକ ସମୟ ଧରି ଜଗି ରହିଥିଲା। ପାଖକୁ ଯିଏ ଆସିବ ତାକୁ ମଧ୍ୟ ହାଣିବି ବୋଲି ସେ ଧମକ ଦେଉଥିବାରୁ ଗାଁରେ ଭୟର ବାତାବରଣ ଲାଗି ରହିଥିଲା।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories