ଲଖନଉ: ଉତ୍ତରପ୍ରଦେଶରେ ସରକାର ଗଢ଼ିବ ବିଜେପି । ନୂତନ ବିଜେପି ସରକାର ଗଢ଼ିବା ନେଇ ବିଜେପି ତାର କାର୍ଯ୍ୟ ଆରମ୍ଭ କରିଛି । ଏନେଇ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଶାହାଙ୍କୁ ଭେଟିବେ ଯୋଗୀ ଆଦିତ୍ୟନାଥ । ଉତ୍ତର ପ୍ରଦେଶରେ ସରକାର ଗଠନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । ସୂଚନା ମୁତାବକ ମାର୍ଚ୍ଚ ୨୧ ତାରିଖରେ ଉତ୍ତରପ୍ରଦେଶରେ ଗଠନ ହୋଇପାରେ ବିଜେପିର ନୂଆ ସରକାର । ଏଥିଲାଗି ଉତ୍ତରପ୍ରଦେଶର ରାଜ୍ୟ ବିଜେପି ଶିବିରରେ ଚଳଚଞ୍ଚଳ ଦେଖା ଦେଇଛି । ଯୋଗୀ ଆଦିତ୍ୟନାଥ କିଛି ସମୟ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବେ।
ସେଠାରେ ସେ ପ୍ରଥମେ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ସିଂ ସାଲୁଜାଙ୍କୁ ଅପରାହ୍ନ ଭେଟିବେ | ପରେ ଅପରାହ୍ନ ୫ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୬ ଟାରେ ବିଜେପି ସଭାପତି ଜେପି ନାଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବେ ଯୋଗୀ । ଆସନ୍ତା କାଲି ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଯୋଗୀ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ଏହି ଯୋଜନାବଦ୍ଧ ସାକ୍ଷାତ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ସରକାର ଗଠନ ନେଇ ଆଲୋଚନା ହେବ ।



