www.samajalive.in
Sunday, December 7, 2025
23.1 C
Bhubaneswar

ଯୋଗ କରିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ଆମେ ଯୋଗ କରିଥାଉ । ଯୋଗ ଶଦ୍ଦଟି ସଂସ୍କୃତ ଶଦ୍ଦ ‘ଯୁଜି’ରୁ ଆସିଛି । ଯୋଗ କରିବା ଦ୍ୱାରା ମନ ଓ ଦେହ ସୁସ୍ଥ ରହିଥାଏ । ଯୋଗ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ନିୟମିତ ଭାବେ ଯୋଗ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । କିନ୍ତୁ ଯୋଗ କରିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ତେ​‌ବେ ଆସନ୍ତୁ ଜାଣିବା ସେ ସବୁ କ’ଣ …

ସମୟ ଜ୍ଞାନ ଜରୁରୀ :

- Advertisement -

ସର୍ବଦା ଚେଷ୍ଟା କରନ୍ତୁ ଯେପରି ଯୋଗ ଶ୍ରେଣୀରେ ୧୦ମିନିଟ୍‌ ପୂର୍ବରୁ ଯାଇ ପହଞ୍ଚି ପାରିବେ । ଏପରି କରିବା ଦ୍ୱାରା ଆପଣ ଯୋଗ କରିବା ପାଇଁ ଉପଯୁକ୍ତ ସ୍ଥାନ ବାଛି ପାରିବେ । ଯୋଗ ଶ୍ରେଣୀରେ ଶୀଘ୍ର ପହଞ୍ଚିବା ଦ୍ୱାରା ଆପଣ ଅଲଗା ପ୍ରକାରର ଯୋଗ ଅଭ୍ୟାସ ମଧ୍ୟ କରିପାରିବେ ।

ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ :

ଯୋଗ କରିବାର ୨-୩ ଘଣ୍ଟା ପୂର୍ବରୁ ଖାଇବା ଅନୁଚିତ । କାରଣ ଖାଇବା ପରେ ଯୋଗ କରିବାକୁ ଇଚ୍ଛା ହୋଇ ନଥାଏ । ଖାଇବା ହଜମ ହେବାକୁ ଅନେକ ସମୟ ଲାଗିଥାଏ, ଆମେ ଯୋଗ କରିବା ପୂର୍ବରୁ ଖାଦ୍ୟ ଖାଇବା ଦ୍ୱାରା ଆମକୁ ଥକା ଲାଗିଥାଏ ଓ ବାନ୍ତି ମଧ୍ୟ ହୋଇପାରେ ।

ମୋବାଇଲ ଫୋନ ବ୍ୟବହାର ନିଷେଧ :

ଯୋଗ କରିବା ସମୟରେ ଜରୁରୀ ଅଟେ କେବଳ ଯୋଗ ଉପରେ ଧ୍ୟାନ ଦେବା । ମୋବାଇଲ ଫୋନକୁ ଯୋଗ ଶ୍ରେଣୀକୁ ନେଇ ଯାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ଧ୍ୟାନ ଯୋଗ ଉପରେ କେନ୍ଦ୍ରୀଭୂତ ସଠିକ ଭାବେ ହେବ ନାହିଁ ।

ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ :

ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ହେବା ଏକ ଭଲ ପ୍ରକୃତି ଅଟେ, କିନ୍ତୁ ଯୋଗ କରିବା ବେଳେ ଶ୍ରେଣୀରେ କଥାବାର୍ତ୍ତା ହ୍ରୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଧ୍ୟାନ ଯୋଗ ଉପରେ ରହି ନଥାଏ ।

ତଉଲିଆ କିମ୍ବା ରୁମାଲ ନେଇ ଯାଆନ୍ତୁ :

ଯୋଗ ଶ୍ରେଣୀକୁ ଯିବା ପୂର୍ବରୁ ବ୍ୟାଗ୍‍ରେ ତଉଲିଆ କିମ୍ବା ରୁମାଲ ରଖନ୍ତୁ । ଯୋଗ କରିବା ବେଳେ ଝାଳ ବାହାରିଲେ ତଉଲିଆ କିମ୍ବା ରୁମାଲ ସାହାଯ୍ୟରେ ଝାଳକୁ ପୋଛନ୍ତୁ ।

ଏହା ସହିତ ମନେ ରଖନ୍ତୁ ଯେ ଯୋଗ ମୁଦ୍ରା ଶିଖିବା ପରେ ଯେହି ମୁଦ୍ରା ଗୁଡିକୁ ଭଲ ଭାବରେ ଅଭ୍ୟାସ କରିବା ଆବଶ୍ୟକ । ଯୋଗ ସରିବା ପରେ ସଙ୍ଗେ ସଙ୍ଗେ ଶ୍ରେଣୀରୁ ବାହାରି ଆସନ୍ତୁ । ସର୍ବଦା ହାଲକା ପୋଷାକ ପିନ୍ଧି ଯୋଗ କରନ୍ତୁ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories