www.samajalive.in
Saturday, December 6, 2025
26.1 C
Bhubaneswar

ସାପକାମୁଡାରେ ବର୍ଷକୁ ଯାଉଛି ୧ ଲକ୍ଷ ୨୦ ହଜାର ଜୀବନ, ଭାରତରେ ସର୍ବାଧିକ

ସାରା ବିଶ୍ୱରେ ପ୍ରତିବର୍ଷ ସାପକାମୁଡାରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଭାରତରେ ଏହି ସାପକାମୁଡା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ। PloS Neglected Tropical Disease ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସାପକାମୁଡା ପରବର୍ତ୍ତୀ ଅବସ୍ଥା ପରିଚାଳନା କ୍ଷେତ୍ରରେ ଅବହେଳା ଯୋଗୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା କୁହାଯାଇଛି। ଜର୍ଜ ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ହେଲ୍ଥ ଦ୍ୱାରା ପରିଚାଳିତ ଏହି ଗବେଷଣାରେ ଗବେଷକ ଏବଂ ପାଣ୍ଠି ଯୋଗାଣକାରୀମାନେ ଉଚ୍ଚମାନର ଗବେଷଣା କରିବା ଉପରେ ଧ୍ୟାନ ଦେବାକୁ ଆହ୍ୱାନ ଦିଆଯାଇଛି ଯେଉଁଥିରେ ଉନ୍ନତ ସମୀକ୍ଷା କରାଯାଇ ପାରିବ ଯାହାଦ୍ୱାରା ସାପକାମୁଡା ପୀଡ଼ିତମାନଙ୍କୁ ଉତ୍ତମ ଯତ୍ନ ଦିଆଯାଇପାରିବ ବୋଲି କୁହାଯାଇଛି।

ଏହି ଅଧ୍ୟୟନରେ ଜର୍ଜ ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ହେଲ୍ଥର ଗବେଷକମାନେ କହିଛନ୍ତି ଯେ ସାପକାମୁଡା ଓ ଏହାର ପରବର୍ତ୍ତୀ ଅବସ୍ଥା ବିଶ୍ଳେଷଣ ମଧ୍ୟରେ ଅଧିକ ଉନ୍ନତ ମାନର ସମୀକ୍ଷା କରାଯିବ ଆବଶ୍ୟକ ରହିଛି କାରଣ ଗବେଷଣା ଲବ୍ଧ ତଥ୍ୟକୁ ବ୍ୟବହାର କରାଯାଇ ସାପକାମୁଡା ଜନିତ ମୃତ୍ୟୁ ହାର ହ୍ରାସ କରାଯାଇ ପାରିବ। ସେହି ପ୍ରତିଷ୍ଠାନର ଗବେଷକମାନେ ୧୩ଟି ସମ୍ପୂର୍ଣ୍ଣ ସମୀକ୍ଷା ଉପରେ ଅଧ୍ୟୟନ କରିଛନ୍ତି ଯାହାର ଅନେକ ଦିଗ ରହିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories