www.samajalive.in
Saturday, December 6, 2025
23.1 C
Bhubaneswar

୧୦ଟାରୁ ୧୧ଟା ସୁଦ୍ଧା ବାସୁଦେବପୁର-ବାହାନଗା ମଧ୍ୟରେ ୟସ୍‍ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହେବ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ ସ୍ଥଳଭାଗ ଛୁଇଁବା ପ୍ରକ୍ର୍ରିୟା ସାମାନ୍ୟ ବିଳମ୍ବିତ ହେବ। ଏହା ସଂପ୍ରତି ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଭୂଭାଗ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅତି ଭୀଷଣ ବାତ୍ୟା ୟସ୍‍ ୭ଟା ସୁଦ୍ଧା ଧାମରା ଠାରୁ ପ୍ରାୟ ୪୦ କିଲୋମିଟର ପୂର୍ବକୁ, ପାରାଦୀପଠାରୁ ୯୦ କିଲୋମିଟର ଓ ବାଲେଶ୍ୱର ଠାରୁ ୯୦ କିଲୋମଟର ଦୂରରେ ରହିଛ। ଏହା ଦିନ ୧୦ଟାରୁ ୧୧ଟା ସୁଦ୍ଧା ବାସୁଦେବପୁର-ବାହାନଗା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା। ବାତ୍ୟା ଧାମରାର ଉତ୍ତରକୁ ଏବଂ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ନିକଟତର ହେବା ସହିତ ଉପକୂଳ ଅଞ୍ଚଳରେ ବର୍ଷା ଓ ପବନର ବେଗ ବଢିବାରେ ଲାଗିଛି। ସମୁଦ୍ର ମଧ୍ୟରେ ଏହାର ଗତି ସାମାନ୍ୟ ହ୍ରାସ ପାଇଥିବାରୁ ଏହାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ବିଳମ୍ବିତ ହେବ ବୋଲିକୁହାଯାଉଛି। ଏବେ ସମୁଦ୍ର ମଧ୍ୟରେ ବାତ୍ୟାର କେନ୍ଦ୍ରାଞ୍ଚଳରେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ପବନ ବହୁଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଭଦ୍ରକ ଓ ବାଲେଶ୍ୱର ଜିଲାର ଉପକୂଳ ଅଂଚଳରେ ସମୁଦ୍ରରେ ପ୍ରାୟ ୪ଫୁଟ ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି। ଗତକାଲି ରାତିରୁ ବାତ୍ୟା ୟସ୍‍ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଷାଁ ଲାଗି ରହିଛି। ବିଶେଷକରି ଉପୂକଳବର୍ତ୍ତୀ ଜିଲା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରେ ଭୀଷଣ ବଷାଁ ସହିତ ପବନ ଲାଗିରହିଛି। କଟକ, ପୁରୀ, ଖୋର୍ଦ୍ଧା ଆଦି ଜିଲାରେ ମଧ୍ୟ ତୁହାକୁ ତୁହା ବର୍ଷା ଚାଲିଛି। ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଥିବାବେଳେ ସଜାଗ ଥିବା ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ସେସବୁ ସଫା କରିବାରେ ଲାଗିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories