www.samajalive.in
Monday, December 15, 2025
16.1 C
Bhubaneswar

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲ, ଶୀର୍ଷରେ ଭାରତ

ନୂଆଦିଲ୍ଲୀ : ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୩-୨୫ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଭାରତ ବଜାୟ ରଖିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସତ୍ତ୍ବେ ଇଂଲଣ୍ଡ ୯ମ ସ୍ଥାନରେ ରହିଛି। ଇଂଲଣ୍ଡ ୧୧ଟି ମ୍ୟାଚରୁ ୪ଟି ବିଜୟ, ୬ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୫ ପ୍ରତିଶତ ପଏଣ୍ଟ ପାଇ ୯ମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଲର୍ଡସ ଟେଷ୍ଟକୁ ଇଂଲଣ୍ଡ ଇନିଂସ ୧୧୪ରନରେ ଜିତିଥିଲେ ମଧ୍ୟ ପଏଣ୍ଟ ଟେବୁଲରେ ଉପରକୁ ଉଠି ପାରିନାହିଁ। ଇଂଲଣ୍ଡଠାରୁ ପ୍ରଥମ ଟେଷ୍ଟରେ ଇନିଂସ ପରାଜୟ ସତ୍ତ୍ବେ ୱେଷ୍ଟଇଣ୍ଡିଜ୍‌ ୬ଷ୍ଠ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍‌ ୫ଟି ମ୍ୟାଚରୁ ଗୋଟିଏ ବିଜୟ, ୩ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୬.୬୬ ପ୍ରତିଶତ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି। ଭାରତ ୯ଟି ମ୍ୟାଚ ଖେଳି ୬ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୬୮.୫୧ ପ୍ରତିଶତ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ୧୨ଟି ମ୍ୟାଚରୁ ୮ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ଡ୍ର ସହ ୬୨.୫୦ ପ୍ରତିଶତ ପଏଣ୍ଟ ପାଇ ଦ୍ବିତୀୟ, ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୩ଟି ପରାଜୟ ସହ ୫୦ ପ୍ରତିଶତ ପଏଣ୍ଟ ପାଇ ୩ୟ, ଶ୍ରୀଲଙ୍କା ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ସହ ୫୦ ପ୍ରତିଶତ ପଏଣ୍ଟ ପାଇ ୪ର୍ଥ, ପାକିସ୍ତାନ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୩୬.୬୬ ପ୍ରତିଶତ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ୨୫ ପ୍ରତିଶତ ପଏଣ୍ଟ ସହ ସପ୍ତମ, ବାଂଲାଦେଶ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ୨୫ ପଏଣ୍ଟ ସହ ୮ମ ସ୍ଥାନ​‌ରେ ରହିଛି।

ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବାକୁ ଉପ ମୁଖ୍ୟମନ୍ତ୍ରୀ ଓ ଦୁଇ ମନ୍ତ୍ରୀଙ୍କୁ ନିର୍ଦେଶ

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories