www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲ, ଶୀର୍ଷରେ ଭାରତ

ନୂଆଦିଲ୍ଲୀ : ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୩-୨୫ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଭାରତ ବଜାୟ ରଖିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସତ୍ତ୍ବେ ଇଂଲଣ୍ଡ ୯ମ ସ୍ଥାନରେ ରହିଛି। ଇଂଲଣ୍ଡ ୧୧ଟି ମ୍ୟାଚରୁ ୪ଟି ବିଜୟ, ୬ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୫ ପ୍ରତିଶତ ପଏଣ୍ଟ ପାଇ ୯ମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଲର୍ଡସ ଟେଷ୍ଟକୁ ଇଂଲଣ୍ଡ ଇନିଂସ ୧୧୪ରନରେ ଜିତିଥିଲେ ମଧ୍ୟ ପଏଣ୍ଟ ଟେବୁଲରେ ଉପରକୁ ଉଠି ପାରିନାହିଁ। ଇଂଲଣ୍ଡଠାରୁ ପ୍ରଥମ ଟେଷ୍ଟରେ ଇନିଂସ ପରାଜୟ ସତ୍ତ୍ବେ ୱେଷ୍ଟଇଣ୍ଡିଜ୍‌ ୬ଷ୍ଠ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍‌ ୫ଟି ମ୍ୟାଚରୁ ଗୋଟିଏ ବିଜୟ, ୩ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୬.୬୬ ପ୍ରତିଶତ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି। ଭାରତ ୯ଟି ମ୍ୟାଚ ଖେଳି ୬ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୬୮.୫୧ ପ୍ରତିଶତ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ୧୨ଟି ମ୍ୟାଚରୁ ୮ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ଡ୍ର ସହ ୬୨.୫୦ ପ୍ରତିଶତ ପଏଣ୍ଟ ପାଇ ଦ୍ବିତୀୟ, ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୩ଟି ପରାଜୟ ସହ ୫୦ ପ୍ରତିଶତ ପଏଣ୍ଟ ପାଇ ୩ୟ, ଶ୍ରୀଲଙ୍କା ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ସହ ୫୦ ପ୍ରତିଶତ ପଏଣ୍ଟ ପାଇ ୪ର୍ଥ, ପାକିସ୍ତାନ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୩୬.୬୬ ପ୍ରତିଶତ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ୨୫ ପ୍ରତିଶତ ପଏଣ୍ଟ ସହ ସପ୍ତମ, ବାଂଲାଦେଶ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ୨୫ ପଏଣ୍ଟ ସହ ୮ମ ସ୍ଥାନ​‌ରେ ରହିଛି।

ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବାକୁ ଉପ ମୁଖ୍ୟମନ୍ତ୍ରୀ ଓ ଦୁଇ ମନ୍ତ୍ରୀଙ୍କୁ ନିର୍ଦେଶ

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories