www.samajalive.in
Friday, December 5, 2025
26.1 C
Bhubaneswar

ବିଶ୍ବ ପ୍ରତିଭା ୠାଙ୍କିଂରେ ଭାରତର ସ୍ଥାନ ୫୮

ନୂଆଦିଲ୍ଲୀ : ନିକଟରେ ‘ଆଇଏମ୍‌ଡି’ ପକ୍ଷରୁ ପ୍ରକାଶିତ ବିଶ୍ବ ପ୍ରତିଭା ୠାଙ୍କିଂ-୨୦୨୪ରେ ସ୍ବିଜରଲାଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ତାଲିକାର ୫୮ତମ ସ୍ଥାନରେ ରହିଛି ଭାରତ। ୨୦୧୪ରେ ୧୮ତମ ସ୍ଥାନରେ ଥିବା ସ୍ବିଜରଲାଣ୍ଡ ଦେଶରେ ବିଭିନ୍ନ ସୁଧାର କରିବା ପରେ ପ୍ରଥମ ସ୍ଥାନକୁ ଆସିପାରିଛି।

ଆଇଏମ୍‌ଡିର ସର୍ବଶେଷ ରିପୋର୍ଟରୁ ଜଣାପଡ଼ିଛି ଯେ ଶ୍ରେଷ୍ଠ ୧୦ ପ୍ରତିଭା କେନ୍ଦ୍ର ମଧ୍ୟରେ ପୁଞ୍ଜି ବିନିଯୋଗ ଓ ବିକାଶ କ୍ଷେତ୍ରରେ ସ୍ୱିଜରଲାଣ୍ଡର ପ୍ରଦର୍ଶନ ଉନ୍ନତ ଥିବାବେଳେ ଉନ୍ନତ ଜୀବନଶୈଳୀ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଶିକ୍ଷାଗତ ଯୋଗ୍ୟତା, ଆଇନଗତ ସର୍ବନିମ୍ନ ମଜୁରୀରେ ଉଚ୍ଚ ମାନ ବଜାୟ ରଖିଛି। ସ୍ୱିଜରଲାଣ୍ଡକୁ ଅନୁସରଣ କରି ସିଙ୍ଗାପୁର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଙ୍ଗାପୁରର ସଫଳତା ଏହାର ସମୃଦ୍ଧ ପ୍ରତିଭା, ସର୍ବନିମ୍ନ ଭେଦଭାବ ଏବଂ କୁଶଳୀ ଶ୍ରମ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିଫଳନ। ଏଥିସହ ଏସିଆର ଉପସ୍ଥିତିକୁ ଦୃଢ଼ କରି ହଂକଂ ନବମ ସ୍ଥାନରେ ରହିଛି। ତେବେ ଆମେରିକା ଷଷ୍ଠରୁ ୨୧ତମ ସ୍ଥାନକୁ ଖସି ଆସିଛି। ଜୀବନ ଧାରଣ ପାଇଁ ବଢ଼ୁଥିବା ଖର୍ଚ୍ଚ ଏବଂ ବ୍ୟକ୍ତିଗତ ଆୟକର ହାର ବୃଦ୍ଧି ଫଳରେ ଆମେରିକାର ସ୍ଥାନ ହ୍ରାସ ହୋଇଛି।

- Advertisement -

ଉଚ୍ଚମାନର ଘରୋଇ ତଥା ଆନ୍ତର୍ଜାତିକ ପ୍ରତିଭାର ବିକାଶ କରିବା ସହ ଏହାକୁ ବଜାୟ ରଖିବା ଏବଂ ଆକର୍ଷିତ କରିବାର କ୍ଷମତାକୁ ଆଧାର କରି ଆଇଏମ୍‌ଡି ବିଭିନ୍ନ ରାଷ୍ଟ୍ରର ମୂଲ୍ୟାଙ୍କନ କରିଥାଏ। ଚଳିତ ବର୍ଷର ୠାଙ୍କିଂରେ ୟୁରୋପୀୟ ଦେଶଗୁଡ଼ିକ ଶୀର୍ଷ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ୧୦୦ ନମ୍ବର ପାଇ ସ୍ବିଜରଲାଣ୍ଡ ତାଲିକାର ଶୀର୍ଷରେ ଥିବାବେଳେ ୮୫.୬୫ ନମ୍ବର ସହ ସିଙ୍ଗାପୁର ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ଲୁକ୍ସେମ୍‌ବର୍ଗ ୮୧.୬୯ ନମ୍ବର ସହ ତୃତୀୟ ସ୍ଥାନରେ ଥିବାବେଳେ ଡେନ୍‌ମାର୍କ ୭୮.୪୯ ନମ୍ବର ରଖି ଚତୁର୍ଥ ସ୍ଥାନରେ ରହିଛି। ଏହା ପଛକୁ ପଞ୍ଚମ ସ୍ଥାନରେ ଥିବା ଆଇସ୍‌ଲାଣ୍ଡ ୭୭.୯୪ ନମ୍ବର ରଖିଥିବାବେଳେ ଷଷ୍ଠ ସ୍ଥାନରେ ଥିବା ନରୱେ ୭୭.୯୨ ନମ୍ବର ରଖିଛି। ନେଦରଲାଣ୍ଡ୍ସ ୭୭.୮୮ ନମ୍ବର ସହ ଅଷ୍ଟମ ସ୍ଥାନରେ ଥିବାବେଳେ ହଂକଂ ୭୭.୨୨ ନମ୍ବର ସହ ନବନ ସ୍ଥାନରେ ଓ ଅଷ୍ଟ୍ରିୟା ୭୭.୧୭ ନମ୍ବର ରଖି ଶ୍ରେଷ୍ଠ ଦଶମ ସ୍ଥାନରେ ରହିଛି। ୨୦୨୨ରେ ଭାରତ ୫୨ତମ ସ୍ଥାନରେ ଥିବାବେଳେ ଗତବର୍ଷ ୫୬ତମ ସ୍ଥାନରେ ଓ ଚଳିତବର୍ଷ ୪୦.୪୭ ନମ୍ବର ସହ ୫୮ତମ ସ୍ଥାନକୁ ଖସିଆସିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories