www.samajalive.in
Friday, December 5, 2025
27.1 C
Bhubaneswar

୬ମାସ ହେବ ପାରିଶ୍ରମିକ ମିଳିନି; ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି

ଫୁଲବାଣୀ: ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀମାନେ ଦୀର୍ଘ ୬ମାସ ଧରି ପାରିଶ୍ରମିକ ପାଇନାହାଁନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡିଶା ଜୀବିକା ମିଶନର କର୍ମଚାରୀ ମାନେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟରେ ଯାଇ ଏହି ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଅନୁସାରେ ଓଡିଶା ଜୀବିକା ମିଶନ ଗତ ୨୦୧୪ ମସିହା ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଗାଁ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସୂଚାରୁରୂପେ କାର୍ଯ୍ୟ କରୁଛନ୍ତି ଏହି କର୍ମଚାରୀ। କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଗ୍ରାମାଞ୍ଚଳରେ ବହୁ କମ ପାରିଶ୍ରମିକରେ ସିଆରପି, ଏମବିଳେ, ବ୍ୟାଙ୍କ ମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର, ଉଦ୍ୟୋଗମିତ୍ର ଏହି ଭଳି ବିଭିନ୍ନ ପଦ ପଦବୀରେ କର୍ମଚାରୀମାନେ କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ଗତ ୬ ମାସ ହେଲା ସେମାନେ ପାରିଶ୍ରମିକ ପାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବକେୟା ଦରମା ପ୍ରଦାନ କରିବା ସହ ନିୟମିତ ମାସିକ ଦରମା ଓ ଆନୁସଙ୍ଗିକ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ହସ୍ତକ୍ଷେପ କରି ଯଥାଶୀଘ୍ର ଓଏଲଏମ କ୍ୟାଡର କର୍ମଚାରୀଙ୍କ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟହେବୁ ବୋଲି ଉଲ୍ଲେଖ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories