www.samajalive.in
Thursday, December 11, 2025
27.1 C
Bhubaneswar

ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ

ଭୁବନେଶ୍ଵର: ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ। ଚଳିତ ବର୍ଷର ଥିମ୍ ରହିଛି ଚେଞ୍ଜିଂ ଦି ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ସରକାରୀ ତଥ୍ୟ ଅନୁଯାୟୀ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବାବେଳେ ଏଥିରେ କିପରି ବ୍ରେକ୍ ଲାଗିବ, ସେ ଦିଗରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ଉଦ୍ୟମ କରାଯାଉଛି। ସବୁଠାରୁ ବଡ ଚିନ୍ତାର ବିଷୟ ସମାଜ ଦିନକୁ ଦିନ ଯେତେ ଶିକ୍ଷିତ, ସଚେତନ ଓ ଆଧୁନିକ ହେଉଛି ଲୋକଙ୍କ ମଧ୍ୟରେ ସେତେ ବଢିଚାଲିଛି ଆତ୍ମହତ୍ୟା  ପ୍ରବଣତା। ଖାସ୍ କରି ଯୁବପୀଢିଙ୍କ ମଧ୍ୟରେ ବଢୁଥିବା ଆତ୍ମହତ୍ୟା ପ୍ରବଣତା ଆମ ସମାଜ ପାଇଁ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆତ୍ମହତ୍ୟା ବିରୋଧରେ ସଚେତନତା ସୃଷ୍ଟି ପାଇଁ ୨୦୦୩ ମସିହା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପାଳନ ହେଉଛି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ। ସେପଟେ ମନସ୍ତତ୍ଵବିତ୍ ଙ୍କ ମତରେ ବିଭିନ୍ନ ପ୍ରକାର ଚାପ, ମାନସିକ ଅବସାଦ, ପାରିବାରିକ ଓ ଆର୍ଥିକ ସମସ୍ୟା , ପ୍ରେମ ଓ ନିଶା ଆଦି ଆତ୍ମହତ୍ୟା ପଛର କେତେକ ପ୍ରମୂଖ କାରଣ। ତେବେ ଏହାକୁ ରୋକିବାକୁ ଏଂଗଜାଇଟି ଓ ଡିପ୍ରେସନ୍ ଆଦିର ସଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା ହେବା ଆବଶ୍ୟକ। ଚିନ୍ତାଗ୍ରସ୍ତ ରହୁଥିବା ଲୋକମାନେ ପରିବାର ସଦସ୍ୟ ବା ବନ୍ଧୁ ମାନଙ୍କ ସହ ମନଖୋଲି କଥା ହେବା ଉଚିତ୍। କେହି ବି ଆତ୍ମହତ୍ୟାକୁ ସମସ୍ୟା ସମାଧାନର ଶେଷ ବିକଳ୍ପ ନଭାବି ଜୀବନକୁ ସାହସର ସହ ସାମ୍ନା କରିବା ଦରକାର। ଅଭିଭାବକମାନେ ପିଲା ମାନଙ୍କୁ ଛୋଟ ବେଳୁ କିପରି ବିଫଳତାକୁ ସାମ୍ନା କରାଯାଏ, ସମସ୍ୟା ସହ କିପରି ଲଢିବାକୁ ପଡେ , ତାହା ଶିଖାଇବା ନିହାତି ଦରକାର।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories