ବୌଦ୍ଧ: ବୌଦ୍ଧ ଶ୍ରୀରଘୁନାଥ ମନ୍ଦିର ନିକଟସ୍ଥ ମାରୁତୀ ମଣ୍ଡପଠାରେ ଜିଲା ଫଟୋଗ୍ରାଫର ୟୁନିଅନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ୟୁନିଅନର ପୂର୍ବତନ ସଭାପତି ସମୀର କୁମାର ସାହୁ ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାର ତିନୋଟି ବ୍ଲକର ଫଟୋଗ୍ରାଫରମାନେ ଯୋଗଦେଇଥିଲେ। ବୈଠକରେ କରୋନା ମହାମାରୀ ସମୟରେ ଫଟୋଗ୍ରାଫରମାନେ ସମ୍ମୁଖିନ ହୋଇଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ଦୀର୍ଘ ଦୁଇବର୍ଷ ହେଲା କରୋନା ଯୋଗୁଁ ସମସ୍ତ ବିବାହ, ବ୍ରତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ ବର୍ତମାନ ସୁଦ୍ଧା ସମସ୍ତ ଫଟୋଗ୍ରାଫର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ତେଣୁ ଆଗାମୀ ଦିନରେ ଜିଲାର ସମସ୍ତ ଫଟୋଗ୍ରାଫର ଏକଜୁଟ ହୋଇ ସେମାନଙ୍କ ସମସ୍ୟା ସଂପର୍କରେ ଜିଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିବା ସହିତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।
ଏହି ବୈଠକରେ ଜିଲାର ୪୦ ଜଣ ଫଟୋଗ୍ରାଫର ଯୋଗଦେଇଥିଲେ। ଏହି ଅବସରରେ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବରେ ସୁନୀଲ କୁମାର ନନ୍ଦଙ୍କୁ ମନୋନୀତ କରାଯାଇଥିବାବେଳେ ଉପସଭାପତି ମିହିର ଚାନ୍ଦ, ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ,ସ ହ ସମ୍ପାଦକ ଚିତ୍ତରଂଜନ ପ୍ରଧାନ ଓ ସୁବ୍ରତ କୁମାର ରାଜ ଏବଂ କୋଷାଧ୍ୟକ୍ଷ ଭାବରେ ଶାନ୍ତନୁ କୁମାର ଝାଙ୍କରଙ୍କୁ ମନୋନୀତ କରାଯାଇଥିଲା।



