www.samajalive.in
Monday, December 8, 2025
13.1 C
Bhubaneswar

ଆଜି ବିଶ୍ୱ ପଖାଳ ଦିବସ

ସମାଜ ଡିଜିଟାଲ ଡେସ୍କ: ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ। ପଖାଳ ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଖରା ଦିନ ଆସିଲେ ସଭିଏଁ ଖୋଜିଥାନ୍ତି କଂସାଏ ପଖାଳ। ପଖାଳ ଦିମୁଠା ଓ ତୋରାଣି ଟିକେ ପିଇଦେଇ ଚଷା ପୁଅ ବାହାରିଯାଏ କ୍ଷେତକୁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ହେଉଛି ପଖାଳ। ଶ୍ରୀମନ୍ଦିରରେ ଟଙ୍କ ତୋରାଣୀ ଏହାର ପ୍ରମାଣ। ଖରାଦିନେ ଆମ ଓଡ଼ିଆଙ୍କ ଘରେ ଘରେ ପଖାଳର ଆସର ଜମିଥାଏ। ପଖାଳ ସାଙ୍ଗରେ ଅନେକ ପ୍ରକାର ସ୍ୱଦିଷ୍ଟ ଖାଦ୍ୟ ପ୍ରସ୍ତ୍‌‌ୁତ କରାଯାଇ ଏକାଠି ବସି ଖାଇବାର ମଜା ନିଆର। ବିଶେଷ କରି ପଖାଳ ସାଙ୍ଗରେ ବଢିଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ଛୁଇଁ ଭଜା, ଟମାଟୋ ବାଇଗଣ ଚକଟା ଓ ମାଛ ଭଜା ଟିକେ ହେଇଗଲେ ଜମିଥାଏ ପଖାଳ ଖାଇବାର ମଜା। ଆଜିର ଦିନରେ ବଡ ବଡ ତାରକା ହୋଟେଲରେ ମଧ୍ୟ ପଖାଳ ପରସାଯାଉଛି।
ପଖାଳ ଖାଲି ପାଟିକୁ ସୁଆଦ ଓ ମନକୁ ଶାନ୍ତି ଦେଇନଥାଏ, ଏହାର ଅନେକ ଉପକାରିତା ରହିଛି। ଆମେ ଯେତେବେଳେ ଭାତ ରାନ୍ଧିଥାଉ। ୧୦୦ଗ୍ରାମ ଭାତରେ ୩.୪ ମିଲିଗ୍ରାମ ରହିଥାଏ। ଯଦି ଏଥିରେ ପାଣି ଦେଇ ୧୨ଘଣ୍ଟା ଭିଜାଇ ରଖିବା ତେବେ ସେଥିରେ ଥିବା ଆଇରନ ମାତ୍ରା ୭୩.୯୧ ମିଲିଗ୍ରାମ ହୋଇଥାଏ। ଏହାସହିତ ସୋଡିୟମ୍‌‌ ୩ଶହ ୩ ମିଲିଗ୍ରାମ, ପୋଟାସିୟମ୍‌‌ ୮୪୮ମିଲିଗ୍ରାମ ଏବଂ କ୍ୟାଲସିୟମ ଶରୀରକୁ ମିଳିଥାଏ। ଗରମ ଭାତ ଅପେକ୍ଷା ପଖାଳ ଖାଇଲେ ଶୀଘ୍ର ହଜମ ହୋଇଥାଏ। ଖରାଦିନେ ସମସ୍ତେ ଅଧିକାଂଶ ସମୟ ପଖାଳ ଖାଇବାକୁ ଭଲ ପାଆନ୍ତି। ପଖାଳର ମହତ୍ୱକୁ ପରପିଢିରେ ପହଂଚାଇବା ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories