www.samajalive.in
Friday, December 12, 2025
16.1 C
Bhubaneswar

ବିଶ୍ବକପ୍‌ କ୍ରିକେଟ : ଭାରତ-ପାକିସ୍ତାନ ମହା ମୁକାବିଲା ଆଜି

ମାଞ୍ଚେଷ୍ଟର : ଫାଇନାଲ ମ୍ୟାଚ୍ ପରେ ବୋଧହୁଏ ଏହା ଚଳିତ ବିଶ୍ବକପ୍‌ର ସବୁଠାରୁ ବହୁ ପ୍ରତୀକ୍ଷିତ ମୁକାବିଲା। ରବିବାର ବିଶ୍ବକପ୍‌ର ୨୨ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ। ଏହି ଲଢ଼େଇ ୨୨ ଗଜ କ୍ରିଜ୍ ମଧ୍ୟରେ ସୀମିତ ରହିବନାହିଁ। ପଡ଼ିଆରେ ସିନା ୨୨ ଜଣ କ୍ରିକେଟର ଖେଳିବେ; ଏହି ମ୍ୟାଚ୍ ସହ ଉଭୟ ଦେଶର ଜନତାଙ୍କ ଆବେଗ ଜଡ଼ିତ ରହିବ ଏବଂ ସାରାବିଶ୍ବର ଦୃଷ୍ଟି ଏହି ଲଢ଼େଇ ଉପରେ ନିବଦ୍ଧ ରହିବ। ଏହା ସତ ଯେ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ତଣ୍ଟିକଟା ମୁକାବିଲା ହେବ ଏବଂ କେହି କାହାରିକୁ ଇଞ୍ଚେ ଛାଡ଼ିବନାହିଁ। ଏହି ମ୍ୟାଚ୍‌ର ଗୁରୁତ୍ବ ଓ ଆକର୍ଷଣ ଏପରି ଯେ ଏହାର ଟିକଟ କେଇ ମିନିଟ ମଧ୍ୟରେ ସରି ଯାଇଥିଲା। ତେଣୁ ଏଥିରୁ ସ୍ପଷ୍ଟ ଯେ ମାଞ୍ଚେଷ୍ଟର ମଇଦାନ ଭରପୂର ରହିବ ଏବଂ ଗ୍ୟାଲେରୀ ମିନି ଏସିଆ ପାଲଟିଯିବ। ଇଂଲଣ୍ଡ ଦର୍ଶକ କମ୍; ମୁଖ୍ୟତଃ ଭାରତ ଓ ପାକିସ୍ତାନର କ୍ରିକେଟପ୍ରେମୀ ସେମାନଙ୍କ ଦଳକୁ ଉତ୍ସାହିତ କରିବା ପାଇଁ ସମବେତ ହେବେ।

Pic.Credit : Essentialy Sports

ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନର ମୁକାବିଲା ଇତିହାସ ବହୁତ ପୁରୁଣା। କଦାପି ବିଶ୍ବକପ୍‌ରେ ଭାରତକୁ ପରାସ୍ତ କରି ପାରିନାହିଁ ପାକିିସ୍ତାନ। ୧୯୯୨ରୁ ୨୦୧୫ ପର୍ଯ୍ୟନ୍ତ ବିଶ୍ବକପ୍‌ରେ ଉଭୟ ଦଳଙ୍କ ମଧ୍ୟରେ ୬ଟି ମୁକାବିଲା ହୋଇଛି। ପ୍ରତ୍ୟେକ ଥର ଭାରତୀୟ ଦଳ ବିଜୟୀ ହୋଇଛି। ରବିବାରର ମ୍ୟାଚ୍‌ରେ ଏହି ଧାରା ବଜାୟ ରଖିବାକୁ ବିରାଟ ବାହିନୀ ନିଶ୍ଚୟ ଚାହିଁବ। ଅନ୍ୟପକ୍ଷରେ ପାକିସ୍ତାନ ଦଳ ଭାରତ ବିପକ୍ଷ​‌େ​‌ର ପ୍ରଥମ ବିଜୟର ସ୍ବାଦ ଚାଖିବାକୁ ଅପେକ୍ଷା କରିଛି। ଏହି ମହା ମୁକାବିଲାରେ ବର୍ଷା ବାଧକ ସାଜିବ ବୋଲି ପୂର୍ବାନୁମାନ କରା ଯାଇଥିଲେ ମଧ୍ୟ ଏହା କ୍ରିକେଟପ୍ରେମୀଙ୍କ ଉତ୍ସାହକୁ ହ୍ରାସ କରି ପାରିନାହିଁ। ବିଶ୍ବକପ୍ ସହ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ବିଜୟୀ ହେବା ପରେ ୨୦୧୭ ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ଭାରତକୁ ପରାସ୍ତ କରିଥିଲା ପାକିସ୍ତାନ। ଉକ୍ତ ମ୍ୟାଚ୍ ମଧ୍ୟ ଇଂଲଣ୍ଡରେ ଖେଳା ଯାଇଥିଲା। ତେଣୁ ଉକ୍ତ ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟରେ ପାକିସ୍ତାନ ରହିଛି। ଅନ୍ୟପକ୍ଷରେ ଭାରତ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। କେବଳ ବିଶ୍ବକପ୍‌ର ଇତିହାସ ନୁହେଁ; ଫର୍ମ ଓ ପ୍ରଦର୍ଶନରେ ମଧ୍ୟ ଭାରତ ଆଗରେ ରହିଛି। ଭାରତୀୟ ଦଳ ଅଦ୍ୟାବଧି ଅପରାଜିତ ରହିଛି। ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୩ୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଯଶପ୍ରୀତ୍ ବୁମ୍‌ରା ଇନିଂସ ଆରମ୍ଭରୁ ୱିକେଟ ନେଇଥିବା ବେଳେ ମଝିରେ ୟୁଜବେନ୍ଦ୍ର ଚହଲ ୱିକେଟ ନେଇଥିଲେ ଏବଂ ଭୁବନେଶ୍ବର କୁମାର ଶେଷଆଡ଼କୁ ୱିକେଟ ନେଇଥିଲେ। ପରେ ରୋହିତ ଶର୍ମା ଶତକ ମାରି ଦଳକୁ ଜିତାଇଥିଲେ। ଗତଥର ଚମ୍ପିଆନ୍ ଅ​‌େ​‌ଷ୍ଟ୍ରଲିଆ ବିପକ୍ଷରେ ଭାରତ ବ୍ୟାଟିଂ ଶକ୍ତି ପ୍ରଦର୍ଶନ କରି ୩୫୦ରୁ ଅଧିକ ରନ୍‌କରି ବିଜୟୀ ହୋଇଥିଲା। ଏଥିରେ ଶିଖର ଧାୱନ ଶତକ ମାରିଥିଲେ। ରୋହିତ ଓ ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ।

- Advertisement -

ଭାରତ ପାଇଁ ଏହା ଶକ୍ତ ଧକ୍କା ​ଯେ ଆହତ ଧାୱନ ଏହି ମ୍ୟାଚ୍‌ ଖେଳିବେନାହିଁ ଏବଂ କେ.ଏଲ୍‌. ରାହୁଲ ଇନିଂସ ଓପନ୍ କରିବେ। ମଧ୍ୟକ୍ରମରେ ବିଜୟ ଶଙ୍କର କିମ୍ବା ଦିନେଶ କାର୍ତ୍ତିକ ଖେଳିବେ। ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ପେସ୍ ଆକ୍ରମଣର ମୁକାବିଲା କରିନପାରି ପାକିସ୍ତାନ ପରାସ୍ତ ହୋଇଥିଲା। ତେବେ ୨ୟ ମ୍ୟାଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂକରି ଏହା ଟୁର୍ଣ୍ଣାମେଣ୍ଟ ଫେଭରିଟ୍‌ ଇଂଲଣ୍ଡକୁ ପରାସ୍ତ କରିଥିଲା। ଫଳରେ ପାକିସ୍ତାନର କ୍ରମାଗତ ୧୨ଟି ଦିନିକିଆ ମ୍ୟାଚ୍ ହାରିବାର ଧାରା ଭଙ୍ଗ ହୋଇଥିଲା। ଶ୍ରୀଲଙ୍କା ସହ ମ୍ୟାଚ୍ ବାତିଲହେବା ପରେ ଅଷ୍ଟ୍ରେଲିଆଠାରୁ ପାକିସ୍ତାନ ପରାସ୍ତ ହୋଇଛି। ୩୦ ରନ୍‌ରେ ଶେଷ ୬ଟି ୱିକେଟ ନେଇ ପାକିସ୍ତାନ ମ୍ୟାଚ୍‌କୁ ଫେରିଥିଲେ ହେଁ ଏହାର ବ୍ୟାଟ୍‌ସମ୍ୟାନ୍ ନିରାଶ କରିଥିଲେ। ବାମହାତି ପେସ୍ ବୋଲର ମହମ୍ମଦ ଆମିର ୫ଟି ୱିକେଟ ନେଇଥିଲେ। ଏହାସହ ୩ଟି ଇନିଂସରୁ ୧୦ଟି ୱିକେଟ ନେଇ ଆମିର ଫର୍ମ​‌େ​‌ର ଥିବା ପ୍ରମାଣ ଦେଇଛନ୍ତି। ଏସିଆ କପ୍ ହେଉ ବା ଚମ୍ପିଆନ୍‌ସ ଟ୍ରଫି; ଭାରତ ବିପକ୍ଷରେ ଆମିର ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ତାଙ୍କ ପ୍ରତି ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ପାକିସ୍ତାନ ଏହି ମ୍ୟାଚ୍‌ରେ ପେସ୍ ​‌େ​ବାଲର ସାହିନ୍ ଆଫ୍ରିଦିଙ୍କ ସ୍ଥାନରେ ଲେଗ୍‌ସ୍ପିନର ସଦ୍ଦାବ୍ ଖାଁଙ୍କୁ ଖେଳାଇପାରେ। ପାକିସ୍ତାନ ଦଳ ଜାଣିଛି ​‌େ​‌ଯ ଫର୍ମରେ ଥିବା ଭାରତକୁ ପରାସ୍ତ କରିବାକୁ ହେଲେ ପାକିସ୍ତାନ ଖେଳାଳିଙ୍କୁ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ପୁଣି ପାକିସ୍ତାନ ବ୍ୟାଟ୍‌ସମ୍ୟାନଙ୍କୁ ଦୁଇ ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ଯଶପ୍ରୀତ ବୁମ୍‌ରା ପାକ୍ ବ୍ୟାଟ୍‌ସମ୍ୟାନଙ୍କୁ ନିଶ୍ଚୟ ଅସୁବିଧାରେ ପକାଇବେ। ମୋଟ ଉପରେ ଭାରତ ଏହି ମ୍ୟାଚ୍‌ରେ ଫେଭରିଟ୍।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories